ନୂଆଦିଲ୍ଲୀ : ଏସିଆ କପରେ ଆଜି ବହୁ ପ୍ରତୀକ୍ଷିତ ମହାମୁକାବିଲା । ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ହେବ ହାଇଭୋଲଟେଜ ଲଢେଇ । ପହଲଗାମ ଆକ୍ରମଣକୁ ନେଇ ବୟକଟ ଦାବି ମଧ୍ୟରେ ହେବ ମୁକାବିଲା । ମ୍ୟାଚ ବୟକଟ ପାଇଁ ବିଭିନ୍ନ ରାଜନୈତିକ ଦଳ ଦାବି କରୁଛନ୍ତି । ରତୀୟ ସମୟ ରାତି ୮ଟା ବେଳେ ଆଜିର ମ୍ୟାଚ୍ ଖେଳାଯିବ । ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ। ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ ଜିତିବା ପରେ ଭାରତର ପରବର୍ତ୍ତୀ ଶିକାର ପାକିସ୍ତାନ । ଅନେକ ଯୁବ ଚେହେରାଙ୍କୁ ନେଇ ମ୍ୟାଚ ହାତେଇବାକୁ ଅଣ୍ଟା ଭିଡିଛି ଭାରତୀୟ ଦଳ । ଭାରତର ଦୁଇ ତାରକା ରୋହିତ ଶର୍ମା ଓ ବିରାଟଙ୍କ କୋହଲିଙ୍କ ଅବସର ପରେ ପ୍ରଥମ ଥର ପାକିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇବାକୁ ଯାଉଛି ଭାରତ । ଏସିଆ କପ ପାଇଁ ସୂର୍ୟ୍ୟଙ୍କୁ କ୍ୟାପଟେନସି ଭାର ଦିଆଯାଇଥିବା ବେଳେ ଟେଷ୍ଟ ଅଧିନାୟକ ଶୁବମନ ଗିଲକୁ ବିସିସିଆଇ କରିଛି ଉପ ଅଧିନାୟକ । ପହଲଗାମ ଆକ୍ରମଣକୁ ନେଇ ବୟକଟ ଦାବି ମଧ୍ୟରେ ହେବ ମୁକାବିଲା । ଏହି ମ୍ୟାଚକୁ ନେଇ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ସେତେଟା ଉତ୍ସାହ ବି ଦେଖିବାକୁ ମିଳୁ ନାହିଁ । ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଯେପରି ମାହୋଲ ରହିବା କଥା, ସେପରି ଦୃଶ୍ୟମାନ ହେଉ ନାହିଁ । ପହଲଗାମ ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଜବାବ ଦେଇଥିଲା । ଅପରେସନ ସିନ୍ଦୂର ପରେ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍ । ମ୍ୟାଚର ଟିକେଟ ବି ବିକ୍ରି ହୋଇପାରିନି ।
ବୟକଟ ଦାବି ମଧ୍ୟରେ ଭାରତ-ପାକ ଲଢେଇ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











