ନୂଆଦିଲ୍ଲୀ : ବୌଦ୍ଧ ପୀଠ ଉପରେ ଏୟାର ଷ୍ଟ୍ରାଇକ୍। ମିଆଁମାରର କେନ୍ଦ୍ରୀୟ ସାଇଗଙ୍ଗ ଅଞ୍ଚଳରେ ଥିବା ବୌଦ୍ଧ ପୀଠ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୪ ଜଣ ଶିଶୁଙ୍କ ସମେତ ୨୩ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ମିଆଁମାରର ସାମରିକ ସରକାରଙ୍କ ନିର୍ଦ୍ଦେଶରେ ଏହି ଏୟାର ଷ୍ଟ୍ରାଇକ ହୋଇଥିବା ଜଣାପଡିଛି । ଶୁକ୍ରବାର ସକାଳୁ ଲିନ ତା ଲୁ ଗାଁରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ପ୍ରାୟ ୩୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମିଆଁମାରରେ ବିଦ୍ରୋହୀ ଓ ସାମରିକ ସରକାରଙ୍କ ମଧ୍ୟରେ ବିଭିନ୍ନ ଅଞ୍ଚଳର ଦଖଲକୁ ନେଇ ବିବାଦ ଜାରି ରହିଛି । ହେଲେ ଏହି ଆକ୍ରମଣ କିଏ କରିଛି ସେ ବିଷୟରେ ଏପର୍ୟ୍ୟନ୍ତ ସୂଚନା ପ୍ରକାଶ କରାଯାଇ ନାହିଁ । ସେନା ଏପର୍ୟ୍ୟନ୍ତ ଘଟଣା ବିଷୟରେ କିଛି କହିନାହିଁ । ମିଆଁମାରର ସ୍ୱାଧୀନ ଡେମୋକ୍ରାଟିକ୍ ଭଏସ୍ ଅଫ୍ ବର୍ମା ଅନଲାଇନ୍ ଗଣମାଧ୍ୟମ ଅନୁଯାୟୀ, ମୃତ୍ୟୁ ସଂଖ୍ୟା ୩୦ ପର୍ୟ୍ୟନ୍ତ ହୋଇପାରେ ।
Views: 57











