The Ultimate Managed Hosting Platform
ADVERTISEMENT

ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

Facebook
Twitter
LinkedIn

ବାଲିଗୁଡା : ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା ହାତୀ । ଆଡାସିକୁପା ନିକଟ ପାଙ୍ଗାନାଜୁ ଗାଁରେ କଚାଡି ମାରିଲା । ଶୈାଚ ପାଇଁ ଯାଇଥିବା ବେଳେ ଦନ୍ତାର ଶିକାର । ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ ଆଡାସିଗୁପା ଗ୍ରାମର ପ୍ରଶାନ୍ତ ନାୟକ ଘର ବାହାରେ ଛିଡ଼ା ହୋଇଥିବା ବେଳେ ଜଙ୍ଗଲି ହାତୀ ଆକ୍ରମଣ କରିଥିଲା ଆଉ ସେହିଠାରେ ହିଁ ଚାଲିଯାଇଥିଲା ପ୍ରଶାନ୍ତଙ୍କ ଜୀବନ । ପ୍ରଶାନ୍ତଙ୍କ ଚିତ୍କାର ଶୁଣି କିଛି ଲୋକ ଆସିଲା ବେଳକୁ ତାଙ୍କ ଦେହରେ ଆଉ ଜୀବନ ନଥିଲା । ଗତକାଲି ଜି ଉଦୟଗିରି ମାହାଙ୍ଗା ସୁଗାରେ ଜଣକୁ ହାତୀ ମାରିଥିବା ବେଳେ ଆଜି ଅଭାବ ରାଇକିଆ ଅଞ୍ଚଳରେ ପୁଣିଥରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଯାହାପରେ ପ୍ରଶାନ୍ତଙ୍କ ପରିବାର ଲୋକେ ପୁରା ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଖାଦ୍ୟର ଘୋର ଅଭାବ ଯୋଗୁଁ ଗାଁ ମୁହାଁ ହେବାରେ ଲାଗିଛନ୍ତି ହାତୀପଲ । ଏପଟେ କ୍ଷତି ସହିବା ସହ ଜୀବନକୁ ବାଜିରେ ଲଗାଇ ଦିନ କାଟୁଛନ୍ତି ଗାଁ ଲୋକେ । ଏବେ ପୁଣି ହାତୀ ଆକ୍ରମଣରେ ଜଣକ ଜୀବନ ଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login