ଭୁବନେଶ୍ୱର : ଓଡିଶା-ଝାଡଖଣ୍ଡ ସୀମାନ୍ତରୁ ବିସ୍ଫୋରକ ଲୁଟ ଘଟଣା । ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଁଚିଲେ ଏନଆଇଏ ଟିମ୍ । ବିସ୍ଫୋରକ ସାମଗ୍ରୀ ଲୁଟ ନେଇ ଏନଆଇଏ ଟିମର ତଦନ୍ତ । କେ.ବଲାଙ୍ଗ ଥାନା ବାଙ୍ଗୋ ଅଞ୍ଚଳରେ ତନାଘନା । ପ୍ରାୟ ୪ ଟନର ବିସ୍ଫୋରକ ସାମଗ୍ରୀ ହୋଇଛି ଲୁଟ । ଓଡ଼ିଶା- ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ବାଙ୍କ ପଥର ଖାଦାନରୁ ୫ ଟନ୍ ବିସ୍ଫୋରକ ଲୁଟ୍ ହୋଇଥିଲା। ଏହି ଘଟଣାକୁ ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ବିସ୍ଫୋରକ କୁଆଡ଼େ ଗଲା, କିଏ ନେଇଛି, ତାର ଟେର୍ ମିଳି ନାହିଁ।
Views: 105











