ଭୁବନେଶ୍ୱର : ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସକ୍ରିୟ ଅବାପତ । ଘଣ୍ଟାପ୍ରତି ୨୦ କିମି ବେଗରେ ଉତ୍ତର ଦିଗକୁ ଗତି କରି ଆହୁରି ଘନୀଭୂତ ହେଉଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟସ୍ଥ ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି ଗଭୀର ଅବପାତ । ବାଲେଶ୍ବରଠାରୁ ୧୬୦ କିଲୋମିଟର ପୂର୍ବରେ ରହିଛି । ଏହା ଉତ୍ତର ଆଡ଼କୁ ଗତି କରିବା ସହ ଆହୁରି ଅଧିକ ଘନୀଭୂତ ହେଉଛି । ପରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ କରିବାର ଆକଳନ କରିଛି ପାଣିପାଗ ବିଭାଗ । ଗୋଟିଏ ପଟେ ଲଘୁଚାପ, ସେପଟେ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
Views: 73











