ମୁମ୍ବାଇ : ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ । ଗୋଆରେ କରିବେ ବିବାହ । ଏହି ଦମ୍ପତି ଏପର୍ୟ୍ୟନ୍ତ ତାଙ୍କ ବିବାହାକୁ ନେଇ କିଛି ଖବର ସେୟାର କରିନାହାଁନ୍ତି, କିନ୍ତୁ ଦମ୍ପତିଙ୍କ ବିବାହ ପାଇଁ ପ୍ରସ୍ତତି ହେଉଛି ବୋଲି ଚର୍ଚ୍ଚା ଚାଲିଛି । ତେବେ ଏହି ସମୟରେ ସେମାନଙ୍କ ବିବାହ କାର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିବାହ ପୂର୍ବରୁ ମଧ୍ୟ ରକୁଲ ପ୍ରୀତ ଓ ଜ୍ୟାକିଙ୍କ ବିବାହ କାର୍ଡ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଲୋକମାନେ ପପୁଲାର ଦମ୍ପତି ରକୁଲ ପ୍ରୀତ ଏବଂ ଜ୍ୟାକିଙ୍କ ବିବାହ କାର୍ଡର ଥମକୁ ପସନ୍ଦ କରୁଛନ୍ତି । କେବଳ ଏତିକି ନୁହେଁ, ସେମାନଙ୍କ ବିବାହ ଥୁମ୍ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ସୋସିଆଲ ମିଡିଆରେ ବିବାହ କାର୍ଡ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
Views: 72