ଭୁବନେଶ୍ୱର : ସବୁଦିନ ପାଇଁ ହଜି ଗଲେ ସ୍ବରର ଯାଦୁଗର ହ୍ୟୁମାନ ସାଗର । କିଛି ସମୟ ପୂର୍ବରୁ ଭୁବନେଶ୍ବର ଏମ୍ସରେ ତାଙ୍କର ପରଲୋକ ହୋଇ ଯାଇଛି। ହ୍ୟୁମାନଙ୍କ ଜନ୍ମ ୧୯୦୯୦ ମସିହା ଏପ୍ରିଲ ୨୧ ତାରିଖରେ । ଘର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ । ସେ ରହୁଥିଲେ କଟକ ସିଡିଏ-୯ରେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଥିଲେ ତାଙ୍କର ଗୁରୁ । ୨୦୧୭ ମସିହାରେ ସେ ଶ୍ରୀୟା ମିଶ୍ରଙ୍କୁ ବିବାହ କରିଥିଲେ ।
ପ୍ରଥମେ ଏକ ଘରୋଇ ଚ୍ୟାନେଲ ରେ ଆମରି ସ୍ୱର ରେ ଭାଗ ନେଇଥିଲେ ହ୍ୟୁମାନ ସାଗର ଓ ତାପରେ ଆଉ ଏକ ଘରୋଇ ଚ୍ୟାନେଲ ର ଏକ ରିଆଲିଟି ଶୋ ରେ ଭାଗ ନେଇଥିଲେ।ସେହି ଶୋ ର ନା ହେଲା ଭଏସ ଅଫ ଓଡିଶା ସେଥିରେ ବିଜେତା ହୋଇଥିଲେ ୨୦୧୨ ମସିହାରେ।କିନ୍ତୁ ୨୦୧୨ ମସିହା ପୂର୍ବରୁ ବହୁତ ଥର ବିଭିନ୍ନ ଗୀତ ଷ୍ଟୁଡ଼ିଓ ରେ ବସି ରହୁଥିଲେ ଗୀତ ଗାଇବାର ସୁଯୋଗ ପାଇଁ।କିନ୍ତୁ ଗୀତ ଗାଇବାର ସୁଯୋଗ ପାଇନଥିଲେ ହ୍ୟୁମାନ।ଯେତେବେଳେ ଘରୋଇ ଶୋ ରେ ବିଜେତା ହେଲେ ହ୍ୟୁମାନ ଙ୍କ ଭାଗ୍ୟ ଖୋଲିଗଲା।ପ୍ରଥମ ଫିଲ୍ମ ସମଥିଙ୍ଗ ସମଥିଙ୍ଗ ପାର୍ଟ ୨ ରେ ପ୍ରେମ ହେଇଯାଏ ରେ ଓ ଇସ୍କ ତୁ ହି ତୁ ରେ ଗୀତ ଗାଇବାର ସୁଯୋଗ ପାଇଥିଲେ।ନିଜର ସୁରିଲା କଣ୍ଠ ରେ ଗୀତ ଗାଇ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଲେ ହ୍ୟୁମାନ।ବହୁତ ସାରା ରୋମାଣ୍ଟିକ ଗୀତ ହିଟ ଦେଇ ସମସ୍ତଙ୍କର ପ୍ରିୟ ଗାୟକ ହେଇଗଲେ ହ୍ୟୁମାନ।ଗତ ଛ ମାସ ଧରି ହ୍ୟୁମାନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା। ତା ଭିତରେ ବି ନିଜର ସ୍ୱାସ୍ଥ୍ୟର ଯତ୍ନ ନନେଇ ଗୀତ ଗାଇ ଚାଲିଥିଲେ। ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଡାଇଲେସିସ ଚାଲିଥିଲା। ପରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଉ ସେଇଠି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ହ୍ୟୁମାନ ।
ଜୀବନ ସଂଘର୍ଷରେ ହାରିଗଲେ ହ୍ୟୁମାନ, ଟିଟିଲାଗଡରେ ହେବ ଶେଷକୃତ୍ୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











