ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଛତିଶଗଡ ସିଏମ ବିଷ୍ଣୁଦେବ ସାଏ । ସଭାପତି ମନମୋହନ ସାମଲ, ୩ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର , ଜୁଏଲ,ଅଶ୍ୱିନୀ ବୈଷ୍ଣବ , ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ୨ ପ୍ରଭାରୀ ମଧ୍ୟ ସାମିଲ । ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ , ପ୍ରଭାତୀ ପରିଡା ଷ୍ଟାର ପ୍ରଚାରକ ଭାବେ ସାମିଲ । ସୁରେଶ ପୂଜାରୀ, ପ୍ରତାପ ଷଡଙ୍ଗୀ, ଜୟ ନାରାୟଣ ମିଶ୍ର , ବସନ୍ତ ପଣ୍ଡା ଏବଂ ଷ୍ଟାର ପ୍ରଚାରକ ତାଲିକାରେ ଛତିଶଗଡର ଏକାଧିକ ନେତା ସାମିଲ । ସେପଟେ ନିର୍ବାଚନ ପ୍ରଚାର ପାଇଁ ବିଜେପି ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏହି ତାଲିକାରେ ନେତା, ଅଭିନେତାଙ୍କ ସହ ଛତିଶଗଡର ୮ ଜଣ ବିଜେପି ନେତାଙ୍କ ନାମ ସାମିଲ କରାଯାଇଛି ।
Views: 22