ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଗୁଜରାଟ ୨ ଦିନିଆ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଆଜି ଗାନ୍ଧୀ ନଗରରେ ବିଶାଳ ରୋଡ ଶୋ କରିଛନ୍ତି । ଅପରେସନ ସିନ୍ଦୂରର ସଫଳତା କହିବା ସହ ସେନାର ପ୍ରଂଶସା କରିଛନ୍ତି । ଗୁଜରାଟରୁ ପୁଣି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ମୋଦି । ମୋଦି କହିଛନ୍ତି, ଆକ୍ରମଣ ଛୋଟ ହେଉ କି ବଡ ସବୁ ଆକ୍ରମଣର ମୁହଁତୋଡ ଜବାବ ଦିଆଯିବ । ପ୍ରଧାନମନ୍ତ୍ରୀ ଆଜି ଗୁଜରାଟ ନଗର ଉନ୍ନୟନର ୨୦ ତମ ବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ଗାନ୍ଧୀନଗରରେ ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ ଉଚିତ ଜବାବ ଦେଇ କହିଥିଲେ ଯେ ଏହା ଏକ ପ୍ରକ୍ସି ଯୁଦ୍ଧ ନୁହେଁ, ତୁମେ ପ୍ରକୃତରେ ଯୁଦ୍ଧ କରୁଛ । ଆତଙ୍କବାଦୀମାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେଉଛି ପାକିସ୍ତାନ । ଦେଶବାସୀଙ୍କୁ ଅପିଲ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅପରେସନ ସିନ୍ଦୂର ପାଇଁଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ କାମ କରିବାକୁ ହେବ । ଆପଣମାନେ ଘରକୁ ଯାଇ ଏକ ତାଲିକା ପ୍ରସ୍ତୁତ କରନ୍ତୁ । ସକାଳୁ ସନ୍ଧ୍ୟା ଯାଏଁ କେଉଁ ବିଦେଶୀ ଜିନିଷକୁ ବ୍ୟବହାର କରୁଛନ୍ତି, ତାହାର ତାଲିକା କରନ୍ତୁ । ଘରେ ହେୟାରପିନ୍, ଟୁଥପିକ୍ ମଧ୍ୟ ବିଦେଶୀ । ଆମକୁ ଦେଶକୁ ବଞ୍ଚାଇବାକୁ ହେବ, ଦେଶକୁ ପ୍ରସ୍ତୁତ କରିବାକୁ ହେବ । ଅପରେସନ ସିନ୍ଦୂର ସୈନିକଙ୍କ ଦାୟିତ୍ବ ନୁହେଁ, ୧୪୦ କୋଟି ଦେଶବାସୀଙ୍କ ଦାୟିତ୍ବ ମଧ୍ୟ । ତେଣୁ ବିଦେଶୀ ଜିନିଷ ଉପରେ ନିର୍ଭର କରନ୍ତୁ ନାହିଁ । ନିଜର ବ୍ରାଣ୍ଡ ମେଡ ଇନ୍ ଇଣ୍ଡିଆ ଉପରେ ଗର୍ବ କରିବା ଉଚିତ । ଆତଙ୍କୀ କାର୍ୟ୍ୟକଳାପର ସାମାନ୍ୟ ସୁରାକ ମିଳିବା ମାତ୍ରକେ ବଡ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଗୁଜୁରାଟରୁ ମୋଦୀଙ୍କ ଚେତାବନୀ, ବିଦେଶୀ ଜିନିଷ ବ୍ୟବହାର ନ କରିବାକୁ ଅପିଲ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











