ଭୁବନେଶ୍ୱର : ବଢୁଛି ବିଜେଡିର ବଳ । ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ । ୧୯୭୨ରୁ ବିଜୁ ବାବୁଙ୍କ ଅନୁଗାମୀ ହୋଇ ପଟ୍ଟାମୁଣ୍ଡାଇରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ବିଜୟ କେତନ । ଜନତା ଦଳର ପ୍ରଥମ ଜିଲ୍ଲା ସଭାପତି ଥିଲେ । ସେହିପରି ବିଜୁ ଜନତା ଦଳର ପ୍ରଥମ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ମଧ୍ୟ ଥିଲେ । ଏହାପରେ ବିଜେପିରେ ମିଶି ରାଜନଗର ଆସନରୁ ୨୦୦୯ରେ ବିଜେପିରୁ ଲଢ଼ିଥିଲେ । ଆଜି ପୁଣି ସେ ବିଜେଡିକୁ ଫେରିଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ୟ୍ୟବେକ୍ଷକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତି ରେ ବିଜେଡ଼ି ରେ ଯୋଗଦେଲେ ।
Views: 60