ଝାରସୁଗୁଡା : ମହାନଦୀରେ ଡଙ୍ଗା ବୁଡି ଘଟଣାରେ ଏବେ ବି ୭ ଜଣଙ୍କ ମିଳୁନି ପତ୍ତା। ଗତକାଲିଠାରୁ ରେସକ୍ୟୁ ଅପରେସନ୍ ଜାରି ରହିଛି । ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରୁ ଏକ ସ୍କୁବା ଡାଇଭର ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି । ନିଖୋଜଙ୍କ ମଧ୍ୟର ୪ ଜଣ ମହିଳା ଓ ୩ ଜଣ ଶିଶୁ ଥିବା କୁହାଯାଉଛି । ଡଙ୍ଗା ବୁଡ଼ି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡା ଲଖନପୁର ସ୍ଥିତ ଶରଧା ନିକଟ ମହାନଦୀରେ ବୁଡିଥିଲା ଡଙ୍ଗା । ଡଙ୍ଗାରେ ପାଖାପାଖି ୫୪ଜଣ ଯାତ୍ରୀ ବରଗଡ଼ ବାଞ୍ଜିପାଲିରୁ ଝାରସୁଗୁଡ଼ା ସରଧା ଡଙ୍ଗା ଘାଟକୁ ଆସୁଥିଲେ । ବରଗଡ଼ ପଥରାସେନୀରେ ପୂଜାର୍ଚ୍ଚନା କରି ଫେରୁଥିବା ବେଳେ ସରଧା ଘାଟି ନିକଟିରେ ଦୁର୍ଘଟଣା ହୋଇଥିଲା । ଡଙ୍ଗାରେ ଥିବା ବରଗଡ଼ ଓ ଝାରସୁଗୁଡ଼ାର ୯ ଜଣ ଏବଂ ଛତିଶଗଡ଼ର ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି ।
Views: 77











