ବାଲେଶ୍ୱର : ପହଲଗାମ ଆତଙ୍କୀ ହମଲା ପରେ ଓଡିଶାରେ ଚାଲିଛି କଡା ଚେକିଂ । ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଚାଲିଛି ଚେକିଂ । ଗୁଇନ୍ଦା ବିଭାଗର ଆଲର୍ଟ ପରେ ବାଲେଶ୍ବର ପୋଲିସ ପକ୍ଷରୁ ୧୦ ଟି ସ୍ଥାନରେ ଚେକିଂ ପଏଣ୍ଟ କରା ଯାଇଛି । ବାଲେଶ୍ବରର ରାଜ୍ୟ ସୀମା ଏବଂ ଜିଲ୍ଲା ସୀମା ମଧ୍ୟରେ ୧୦ଟି ଚେକ୍ ପୋଷ୍ଟ କରାଯାଇଛି । ସଦିଗ୍ଧଙ୍କ ଉପରେ ନଜର ରଖାଯାଇଛି । ବିଶେଷ କରି ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଏବଂ ଭୋଗରାଇ ସୀମାନ୍ତ ଉଦୟପୁରରେ କଡାକଡି ଚେକିଂ କରା ଯାଉଛି । ପଶ୍ଚିମବଙ୍ଗକୁ ଯାତାୟତା କରୁଥିବା ସମସ୍ତ ଗାଡିକୁ ତନ୍ନ ତନ୍ନ ଯାଞ୍ଚ କରାଯାଉଛି । ସେହିପରି ଜିଲ୍ଲାର ସମସ୍ତ ମେରାଇନ ଥାନା ଉପରେ ବିଶେଷ ଫୋକସ ରହିଛି ।
Views: 51