ଗଞ୍ଜାମ(ରମେଶ କୁମାର ସାହୁ) : ଗଞ୍ଜାମରେ ପୁଣି ହତ୍ୟାକାଣ୍ଡ। ଗୋପାଳପୁର ଥାନା ଅନ୍ତର୍ଗତ ନୂଆ କରାପଲ୍ଲୀର ଜଣେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଆଇଟିଆଇର ଛାତ୍ରୀ ଥିଲେ ନାବାଳିକା। ମୁନା ଖାଁ ନାମକ ଯୁବକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଖବର ପାଇ କରାପଲ୍ଲୀ ଗାଁ ରେ ମୃତ ନାବାଳିକାଙ୍କ ଘରେ ପହଞ୍ଚିଛି ଗୋପାଳପୁର ପୋଲିସ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ମୁତାବକ, ଗୁରୁବାର ସକାଳେ ଘରେ କେହି ଉପସ୍ଥିତ ନଥିଲେ । ସକାଳ ପ୍ରାୟ ୬ ଟା ବେଳେ ଅକୁଟିଆ ଦେଖି ଘର ବାରି ପଟେ ପଶି ଏକ ଶାବଳରେ ପ୍ରୀତିଙ୍କ ମୁଣ୍ଡକୁ ଆକ୍ରମଣ କରିବା ସହ ବ୍ଲେଡ୍ରେ ଶରୀରର ବିଭିନ୍ନ ଜାଗାରେ ଆକ୍ରମଣ କରି ହତ୍ୟା କରିଥିବା ନେଇ ବାପା ମାଆ ଅଭିଯୋଗ କରିଛନ୍ତି । ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।ଖୋର୍ଦ୍ଧା ଜଟଣୀ ଅଞ୍ଚଳର ଯୁବକ ଏକତରଫା ପ୍ରେମ କରୁଥିବା ଅଭିଯୋଗ ହୋଇଛି। ଯୁବକଙ୍କ ନାଁରେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ପରିବାର। ତେବେ ଆଜି ଏକ ତରଫା ପ୍ରେମରୁ କରାପଲ୍ଲୀ ଗାଁ ରେ ନାବାଳିକା କୁଂ ହତ୍ୟା କରାଯାଇଥିବା ବେଳେ ଗୋପାଳପୁର ପୋଲିସ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି।
ଏକତରଫା ପ୍ରେମ ନେଲା ଜୀବନ, ଘରେ ପଶି ଜୀବନ ନେଇଗଲା ଯୁବକ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











