ନୂଆଦିଲ୍ଲୀ : ବାଦଲଫଟା ବର୍ଷାରେ ବେହାଲ ହିମାଚଳ ପ୍ରଦେଶରେ । ଶିମଲାର ରାମପୁରରେ ବାଦଲଫଟା ବର୍ଷା । ଅସ୍ତବ୍ୟସ୍ତ ଜନ ଜୀବନ । ପ୍ରବଳ ବର୍ଷାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ରୁ ଅଧିକ ଲୋକ ନିଖୋଜ ହୋଇଥିବା ସୂଚନା ମିଳିଛି। ବାଦଲଫଟା ବର୍ଷା ଯୋଗୁଁ ରାମପୁରରେ ବନ୍ୟା ପରିସ୍ଥିତି ଉପୁଜିଛି । ଗୁରୁବାର ସକାଳେ ଏହି ଘଟଣା ସାମ୍ନାକୁ ଆସିଛି। ଶିମଲା ଜିଲ୍ଲା ବିପର୍ୟ୍ୟୟ ପରିଚାଳନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଘଟଣାସ୍ଥଳରେ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି। ସାମେଜ ଖାଦ ନିକଟସ୍ଥ ଏକ ଜଳବିଦ୍ୟୁତ ପ୍ରକଳ୍ପ ନିକଟରେ ଘଟିଛି ଅଘଟଣ। ବର୍ଷାରେ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମଣ୍ଡିରେ ବି ବାଦଲ ଫଟା ବର୍ଷା ହୋଇଛି। ଫଳରେ କେତେକ କୋଠା ଭୁଶୁଡି ପଡିଥିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କିଛି ମାସ ତଳେ ଭୟଙ୍କର ବାଦଲ ଫଟା ବର୍ଷା ଯୋଗୁ ହିମାଚଳରେ ନାହିଁ ନଥିବା କ୍ଷତି ଘଟିଥିଲା।
Views: 90











