The Ultimate Managed Hosting Platform
ADVERTISEMENT

ବସ ଧର୍ମଘଟ ଚେତାବନୀ

Facebook
Twitter
LinkedIn

ଭୁବନେଶ୍ୱର : ବସ ଧର୍ମଘଟ ଚେତାବନୀ ଦେଲା ଘରୋଇ ବସ ମାଲିକ ସଂଘ । ସୂଚନା ଦେଲେ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ । ଡିସେମ୍ବର ୧ରୁ ପୋଲିସକୁ ଗାଡି ଯାଞ୍ଚ ଅଧିକାର ମିଳିଲେ ଧର୍ମଘଟ କରିବୁ । ଯେବେଠୁ ସରକାର ଯାଞ୍ଚ ଅଧିକାର ଦେବେ ସେବେଠୁ ଆନେ୍ଦାଳନ କରିବୁ କହିଲେ । ପୋଲିସକୁ ମୋଟର ଯାନ ଯାଞ୍ଚ ଅଧିକାର ଦେଇଛନ୍ତି ରାଜ୍ୟ ସରକାର । ମୋଟର ଭେହିକଲ ଆଇନର ବିଭିନ୍ନ ଦଫାରେ ପୋଲିସ ଗାଡି ଯାଞ୍ଚ କରିବା ଓ ଗାଡି ଉପରେ ଜରିମାନା ଲଗାଇପାରିବ । ଯାହାକି ବିଶେଷ ଭାବେ ପୂର୍ବରୁ ଏହି ସମସ୍ତ କ୍ଷମତା କେବଳ ପରିବହନ ବିଭାଗ ବା ଆରଟିଓଙ୍କ ନିକଟରେ ସୀମିତ ଥିଲା । ଏବେ ଏହି କ୍ଷମତା ଓଡିଶା ପୋଲିସକୁ ହସ୍ତାନ୍ତର କରାଯାଉ ଥିବାରୁ ଏହାକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ଓ ଅନ୍ୟାନ୍ୟ ଗାଡି ମାଲିକ ସଂଘ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login