ଭୁବନେଶ୍ୱର : ନୂଆପଡା ଉପନିର୍ବାଚନକୁ ନେଇ ପୁଣି ଜଣେ ବିଜେଡି ନେତା ନିଜର ଅସନ୍ତୋଷ ଝାଡିଲେ । ଦଳରେ ଏବେ ସମୀକ୍ଷାର ଆବଶ୍ୟକତା ଅଛି । ଉପନିର୍ବାଚନ ପରିଚାଳନାକୁ ବିଜେଡି ନେତା ସମ୍ବିତ ରାଉତରାୟଙ୍କ ନାପସନ୍ଦ । ନିର୍ବାଚନ ମଣ୍ଡଳୀ ବାହାର ପ୍ରାର୍ଥୀ ଚୟନକୁ ନେଇ ପ୍ରଶ୍ନ କଲେ । ସ୍ଥାନୀୟ ଲୋକ ତାଙ୍କ ଅଞ୍ଚଳ ଲୋକଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହାଁନ୍ତି । ତାଙ୍କ ଦୁଃଖ କଥା କହିବାକୁ ୨୦୦ କିଲୋମିଟର ଯିବେ କି ପଚାରିଲେ । ଯେଉଁମାନେ ପ୍ରଚାରରେ ଯାଇଥିଲେ ସେମାନଙ୍କୁ ପଠାଇଥିଲା କିଏ । ସଚୋଟକର୍ମୀ ଭାବେ କହିବି ସୁପ୍ରିମୋ ଏହାର ସମୀକ୍ଷା କରିବା ଉଚିତ । କଣ ପାଇଁ ଆମେ ତୃତୀୟ ସ୍ଥାନକୁ ଆସିଲୁ । । ଏହା ପୂର୍ବରୁ ଶ୍ରୀମୟୀ ମିଶ୍ର ବି ଅନେକ କଟାକ୍ଷ କରିଛନ୍ତି । ତାଙ୍କ ପରେ ଏଲିନା ଦାସ ବି ନୂଆପଡା ଉପନିର୍ବାଚନକୁ ନେଇ କ୍ରୀତଦାସ କଥା ବି ଉଠାଇଛନ୍ତି ।
Views: 71











