ଭୁବନେଶ୍ୱର : ସୁଧୁରୁନି ହ୍ୟୁମାନଙ୍କ ସ୍ୱାସ୍ଥ୍ୟବସ୍ଥା । ୭୨ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ବିତିଲାଣି କୈାଣସି ଉନ୍ନତି ନାହିଁ । ଏକାଧିକ ଅଙ୍ଗ କାମ କରୁନାହିଁ , ଖସୁଛି ବ୍ଲଡ ପ୍ରେସର । ଉଚ୍ଚ କ୍ଷମତା ସମ୍ପର୍କ ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା । ୧୪ ତାରିଖଠାରୁ ଏମ୍ସରେ ଚିକିତ୍ସିତ ହେଉଥିବା ହ୍ୟୁମାନ୍ ସାଗରଙ୍କ ଲିଭର୍ ଓ କିଡ୍ନି ସମେତ କିଛି ଅଙ୍ଗରେ ସମସ୍ୟା ଦେଖାଯାଇଛି। ଏଥିସହିତ ସେ ନିମୋନିଆରେ ମଧ୍ୟ ପୀଡ଼ିତ ଅଛନ୍ତି। ଏବେ ବି ସେ ଭେଣ୍ଟିଲେଟର୍ ସପୋର୍ଟରେ ଅଛନ୍ତି। ଏକ୍ମୋ ବିଶେଷଜ୍ଞ ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ଏକ ଅଭିଜ୍ଞ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ଆଗାମୀ ୪୮ଘଣ୍ଟା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଡାକ୍ତର କହିଛନ୍ତି।
Views: 64











