ଭୁବନେଶ୍ୱର : ଗଭୀର ନିଦ୍ରାରୁ ଉଠିବାକୁ ରାଜ୍ୟ ସରକାରଙ୍କୁ ନବୀନଙ୍କ ନିଶାନା । ଏକ୍ସରେ ଟ୍ୱିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଛନ୍ତି , ଗଭୀର ମର୍ମାହତ , ଦିବାଲୋକରେ ହତ୍ୟା ପ୍ରୟାସ । ବାଲେଶ୍ୱର ଘଟଣାକୁ ସପ୍ତାହେ ନ ପୁରୁଣୁ ପୁଣି ଏକ ଘଟଣାରେ ମର୍ମାହତ । ମହିଳା ମାନଙ୍କ ବିରୋଧରେ ଏପରି ଘଟଣା ଏବେ ପ୍ରାୟ ପ୍ରତିଦିନ ଘଟୁଛି । ସରକାରୀ ନିଷ୍କ୍ରିୟତା , ରାଜନୈତିକ ପୃଷ୍ଣପୋଷକତା ଯୋଗୁଁ ମହିଳା ଅସୁରକ୍ଷିତ । ଓଡିଶା ସରକାର ଗଭୀର ନିଦ୍ରାରୁ ଉଠି ଅପରାଧିଙ୍କୁ ଗିରଫ କରିବେ କି ଲେଖିଲେ ।
Views: 35