ବଣାଇ : ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ପ୍ରାଣ ଚାଲିଗଲା । ଗାଁରେ ରାସ୍ତା ନଥିବାରୁ ଜୀବନ ଗଲା । ପୁଣି ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ହୋଇପାରୁ ନଥିବାର ସଂଗୀନ ଅଭିଯୋଗ ।ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଗୁରୁଣ୍ଡିଆ ବ୍ଲକ ଦନ୍ତା ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା ।ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ହଠାତ ପ୍ରକୃତି ତାଣ୍ଡବ ରଚିବାରୁ ଲଗାଣ ବର୍ଷା ଓ ଘଡ଼ଘଡ଼ିରେ ଗାଁର ଅବସ୍ଥା ବେହାଲ ହୋଇ ଯାଇଥିଲା । ଏହି ସମୟରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳ ଦନ୍ତା ଗ୍ରାମର ଯୁବକ ମାନନ୍ତା ମୁଣ୍ଡାରୀ ଗାଈ ଚରାଉଥିଲେ । ଆଉ ଗୋଚର ଭୂଇଁରେ ବଜ୍ରପାତ ହେଲା । ଯାହାଫଳରେ ମାନନ୍ତା ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ । ଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ୧୦୮ ଆମ୍ବୁଲାନ୍ସ ଡାକିଥିଲେ କିନ୍ତୁ ରାସ୍ତା ଖରାପ ଥିବାରୁ ସେହି ସ୍ଥାନକୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା । ଯାହାଫଳରେ ଲୋକମାନେ ମାନାନ୍ତାଙ୍କୁ ଗୁରୁତର ଅବସ୍ଥାରେ ସେଠାରୁ ତିନି କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୋହି ଆଣିଥିଲେ । କିନ୍ତୁ ନାଳରେ ପାଣି ବଢିଥିବାରୁ ଏହାକୁ ପାର କରିବା ସହଜ ନଥିଲା । ବହୁତ କଷ୍ଟରେ ସାବଧାନତାର ସହିତ ମାନନ୍ତାଙ୍କୁ ବୋହି ନାଳ ପାରି କରିବାକୁ ପଡିଥିଲା । ଗାଁରେ ରାସ୍ତା ନଥିବାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ଡାକ୍ତରଖାନାକୁ ଆମ୍ବୁଲାନ୍ସ କର୍ମଚାରୀ ଓ ଗାଁ ଲୋକେ ଚାଲି ଚାଲି ମାନାନ୍ତାଙ୍କୁ ବୋହି ନେଇଥିଲେ । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ଆଗରୁ ରାସ୍ତାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ।ସରସରା ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏଘଟଣା ପରେ ତାଙ୍କ ମୃତଦେହର ବ୍ୟବଚ୍ଛେଦ ହୋଇ ପାରୁନଥିବାର ସଂଗୀନ ଅଭିଯୋଗ ମଧ୍ୟ ଆସିଛି ।
ଗାଁରେ ପହଁଚି ପାରିଲାନି ଆମ୍ବୁଲାନ୍ସ , ଚାଲିଗଲା ବ୍ୟକ୍ତିଙ୍କ ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











