ପଞ୍ଜାବ : ବନ୍ୟା ଯୋଗୁଁ ପଞ୍ଜାବରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ପଞ୍ଜାବକୁ ଅଧିକ କ୍ଷତି ସହିବାକୁ ପଡିଛି । ଜୀବନ ବଞ୍ଚାଇବାକୁ ଲୋକ ଘର ଛାଡିବା ସହ ଚାଷ ମଧ୍ୟ ନଷ୍ଟ ହୋଇଛି । ଏପରି ପରିସ୍ଥିତିରେ ପୂର୍ବତନ ଭାରତୀୟ ସ୍ପିନର ଏବଂ ରାଜ୍ୟସଭା ସାଂସଦ ହରଭଜନ ସିଂ ଦାୟିତ୍ବ ନେଇଛନ୍ତି ।
ସୂଚନାନୁଯାୟୀ, ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ୟା ପ୍ରଭାବିତ ପଞ୍ଜାବ ପାଇଁ ରିଲିଫ୍ କାର୍ୟ୍ୟ ଆରମ୍ଭ କରିବା ସହ ଆମ୍ବୁଲାନ୍ସକୁ ମଞ୍ଜୁରୀ ଦେଇଛନ୍ତି ହରଭଜନ ସିଂ । ସେ ତାଙ୍କ ସାଂସଦ ପାଣ୍ଠିରୁ ରିଲିଫ୍ କାର୍ୟ୍ୟ ପାଇଁ ୮ଟି ଷ୍ଟିମର ଡଙ୍ଗାକୁ ମଞ୍ଜୁରୀ କରିଛନ୍ତି । ନିଜସ୍ବ ସମ୍ବଳ ବଳରେ ଆହୁରି ୩ଟି ଡଙ୍ଗା ମଧ୍ୟ ଯୋଗାଇ ଦେଇଛନ୍ତି ବୋଲି କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି । ଏହା ସହିତ ଗୁରୁତର ରୋଗୀଙ୍କ ପାଇଁ ମଧ୍ୟ ୩ଟି ଆମ୍ବୁଲାନ୍ସ କିଣିଛନ୍ତି ।
Views: 56











