ପୁରୀ : ଏକ ଫୁଡ ଆପ ନାଁରେ ସାଇବର ଥାନାରେ ଏତଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ନିଦେ୍ର୍ଦଶରେ ଏତଲା । ଅନଲାଇନରେ ବିକ୍ରି କରି ଜଗନ୍ନାଥଙ୍କୁ ଅପମାନ କରାଯାଉଛି । ଅନଲାଇନ ବିକ୍ରି ପାଇଁ କୈାଣସି ଅନୁମତି ଦିଆଯାଇନାହିଁ । କିଭଳି ଜଗନ୍ନାଥଙ୍କ ନାଁକୁ ବ୍ୟବହାର କରୁଛନ୍ତି । ଅବଢା ବିଜ୍ଞାପନ ସୋସିଆଲ ମିଡିଆରେ ବେଶ ଭାଇରାଲ । ଏକ ଫୁଡ ଆପ୍ଲକେସନର ବିଜ୍ଞାପନ ହୋଇଥିଲା ଭାଇରାଲ । ମାତ୍ର ୪୯ ଟଙ୍କାରେ ଅବଢା ଉପଲବ୍ଧ ଥିବା ବିଜ୍ଞାପନରେ ଉଲ୍ଲେଖ । ମାତ୍ର ୪୯ ଟଙ୍କାରେ ଅବଢା ଉପଲବ୍ଧ ଥିବା ବିଜ୍ଞାପନରେ ଉଲ୍ଲେଖ ହୋଇଥିଲା । ପୂର୍ବରୁ ଶ୍ରୀମନ୍ଦିରର ଅବଢା ଅନଲାଇନରେ ବିକ୍ରିକୁ ନେଇ ସବୁରି ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏହା ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବା ସହ ଭକ୍ତଙ୍କୁ ଠକେଇର ଅଭିନବ ତରିକା ବୋଲି ମତ ପ୍ରକାଶ ପାଇବା ପରେ ଆଜି ବିକ୍ରି କରୁଥିବା ସଂସ୍ଥା ନାଁରେ ସାଇବର ଥାନାରେ ମାମଲା ରୁଜୁ କରାଯାଇଛି ।
Views: 8