ପୁରୀ : ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରାଇ ଆଣିବାକୁ ସରକାରଙ୍କ ପ୍ରକ୍ରିୟା ଆରମ୍ଭ । ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସମ୍ପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ । ଏ ନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମହାପ୍ରଭୁଙ୍କ ୫୮ ହଜାର ଏକର ଜମି ଓ ରାଜ୍ୟ ଓ ରାଜ୍ୟ ବାହାରେ ଅଛି । ସେଥିମଧ୍ୟରୁ ୩୬ ରୁ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ କରିସାରିଛୁ । ବାକି ଜମିର କାଗଜପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ଜାରି ରହିଛି । ସରକାର ବହୁତ ତ୍ୱରିତ ଗତିରେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କର ଭୂସମ୍ପତ୍ତି ସଠିକ ଆକଳନ ପାଇଁ କାମ ଚାଲିଛି ।
Views: 45