The Ultimate Managed Hosting Platform
ADVERTISEMENT

ଛୁଆ ଚୋରାଇ ନେଲା ସମ୍ପର୍କୀୟ ମାଉସୀ !

Facebook
Twitter
LinkedIn

ଆଠଗଡ: ସମ୍ପର୍କୀୟ ମାଉସୀ ସାଜିଲା ଶତ୍ରୁ । ଝିଆରୀର ଛୁଆକୁ ଚୋରାଇନେଲା ମାଉସୀ । ମେଡିକାଲରେ ଛୁଆକୁ ଧରିବା ବାହାନାରେ ଚାରିମାସର ଶିଶୁ ପୁତ୍ରକୁ ଚୋରି କରି ନେଲା ସମ୍ପର୍କୀୟ ମାଉସୀ। ଏଭଳି ଘଟଣା ଘଟିଛି ଖୁଣ୍ଟୁଣି ମେଡିକାଲ ପରିସରରେ। ସୂଚନା ଅନୁଯାୟୀ, ବୁଧବାର ଭୋଗରାଇ ଅଞ୍ଚଳର ମହିଳା କାମିନି ଦେହୁରୀ ନିଜ ପୁଅକୁ ମେଡିକାଲ ନେଇ ଆସିଥିବା ବେଳେ ଦେଖା ହୋଇଥିଲେ ଢେଙ୍କାନାଳ ଅଞ୍ଚଳର ସମ୍ପର୍କୀୟ ମାଉସୀ। ସେଠାରୁ ସେ ପୁଅ ଟିକୁ ଚୋରେଇ ନେଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ ମହିଳା । ଖୁଣ୍ଟୁଣି ଥାନାରେ ଅଭିଯୋଗ ପରେ ଢେଙ୍କାନାଳ ପିଙ୍ଗୁଆ ଅଞ୍ଚଳରୁ ଶିଶୁ ପୁତ୍ରକୁ ଉଦ୍ଧାର କରିବା ସହ ସମ୍ପର୍କୀୟ ମାଉସୀ ସହିତ ଦ୍ବିତୀୟ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି ଖୁଣ୍ଟୁଣି ପୋଲିସ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login