The Ultimate Managed Hosting Platform
ADVERTISEMENT

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ

Facebook
Twitter
LinkedIn

ନୂଆଦିଲ୍ଲୀ : ବର୍ଷାରେ ଉବୁଟୁବୁ ଦିଲ୍ଲୀ । ଆଜି ସକାଳୁ କ୍ରମାଗତ ବର୍ଷା ଯୋଗୁ ସାରା ଦିଲ୍ଲୀରେ ଜଳମଗ୍ନ । ଯାହା ଫଳରେ ଜନଜୀବନ ହୋଇଛି ବ୍ୟାହତ। ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ହଜାର ହଜାର ଯାନ। ଅଧିକାଂଶ ଭାଗରେ ଜଳ ପ୍ରବାହିତ ହେବା ଯୋଗୁ ଲକ୍ଷାଧିକ ଲୋକ ହୋଇଛନ୍ତି ଜଳବନ୍ଦୀ। ମେହରୁଲି-ବାଦରପୁର ରୋଡରେ ପାଣି ପ୍ରବାହିତ ହେବା ଯୋଗୁ ସେଠାରେ ନାହିଁ ନଥିବା ଅସୁବିଧା ପରିଲକ୍ଷିତ ହୋଇଛି। ସେହିପରି ଧୌଳାକୁଆଁ ଅଞ୍ଚଳରେ ବି ଲୋକମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେଠାରେ ବର୍ଷା ଜଳ ଜମା ହୋଇ ରହିଥିବାରୁ ହଜାର ହଜାର ଯାନବାହନ ଅଟକି ରହିଥିବା ସୂଚନା ମିଳିଛି। ଗତକାଲି ବି ଦିଲ୍ଲୀ ଓ ଏନସିଆର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ସେପଟେ ଗୁଜରାଟରେ ବି ବନ୍ୟା ରଚୁଛି ତାଣ୍ଡବ। ବର୍ତ୍ତମାନ ସୁଦ୍ଧା ୨୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୮ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଆଜି ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ବୋଲି ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login