ପୁରୀ : ଶୃଙ୍ଖଳିତ ହେବ ଆନନ୍ଦବଜାର । ଆନନ୍ଦ ବଜାରରେ ବାସି ଅବଢା ବିକ୍ରି ଉପରେ ରହିବ ବାରଣ । ଅଣ ସୂପକାର ମାନଙ୍କୁ ପ୍ରସାଦ ବିକ୍ରି ବାରଣ କରାଯିବ। କେବଳ ସୁଆର ମହାସୁଆର ନିଯୋଗ ତରଫରୁ ସୂଚିତ ସୂପକାର ମାନେ ହିଁ ମହାପ୍ରସାଦ ପାଇଁ ଅଧୂକୃତ ରହିବେ । ଆନନ୍ଦ ବଜାରରେ ନିର୍ଦ୍ଦିଷ୍ଟ ଚିହ୍ନଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ମହାପ୍ରସାଦ ଓ ଅନ୍ୟ ଭୋଗ ବିକ୍ରି କରାଯିବ ନାହିଁ । ଆନନ୍ଦ ବଜାରରେ କେବଳ ମହାପ୍ରଭୁଙ୍କ ଭୋଗ ହେଇଥିବା ଦ୍ରବ୍ୟ ବ୍ୟତୀତ ଅନ୍ୟ ଖାଦ୍ୟ ପଦାର୍ଥ ବିକ୍ରି ହୋଇ ପାରିବ ନାହିଁ । ଦରକାର ପଡିଲେ ସୂପକାରଙ୍କୁ ପରିଚୟ ପତ୍ର ପ୍ରଦାନ କରିବେ ଶ୍ରୀମନ୍ଦିର ପ୍ରଶାସନ। ସୂପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ । ଏଥିପାଇଁ ନିଯୁକ୍ତ ହେବେ ୨୦ ଜଣ ଦକ୍ଷ ଅବସରପ୍ରାପ୍ତ ସେନାକର୍ମୀ । ଏନେଇ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା। ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ୨୦ଟି ପଦବୀ ପୂରଣ ହେବ । ୧ ତାରିଖରୁ ଆନନ୍ଦ ବଜାରରେ ମୁତୟନ ହେବେ ସ୍ବତନ୍ତ୍ର ସୁରକ୍ଷା କର୍ମୀ । ଏମାନଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍ କୋଡ ମଧ୍ୟ ଲାଗୁ କରାଯିବ । ସୁରକ୍ଷା କର୍ମୀ ନିଯୁକ୍ତି ପରେ ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରି ଉପରେ ନଜର ରଖାଯିବ।
ଆନନ୍ଦ ବଜାରରେ ବାସି ଅବଢା ବିକ୍ରି ଉପରେ ବାରଣ , ସ୍ୱତନ୍ତ୍ର ସୁରକ୍ଷା କର୍ମୀ ରଖିବେ ନଜର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











