ମାଲକାନଗିରି : ପୋଲିସ କ୍ୟାମ୍ପ ଉପରେ ଅତର୍କିତ ମାଓ ହମଲା । ମାଓ ହମଲା ଜଣେ ଯବାନ ଆହତ, ହସ୍ପିଟାଲରେ ଭର୍ତ୍ତି । ବିଜାପୁର ଜିଲ୍ଲା ପାମେଡ୍ ଥାନା ଜିଡପାଲୀ ଗାଁ ନିକଟ କ୍ୟାମ୍ପରେ ହମଲା । ବିଳମ୍ବତ ରାତିରେ ଅତର୍କିତ ଗୁଳି ବର୍ଷା କଲେ ମାଓବାଦୀ । ଯବାନଙ୍କ ରକେଟ ଓ ଗୁଳିମାଡ ପରେ ଛତ୍ରଭଙ୍ଗ ଦେଲେ ମାଓବାଦୀ । ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ସୋନପୁର କୋହମେଟାଲା ଘଞ୍ଚ ଜଙ୍ଗଲରେ ଠାବ କରିଛନ୍ତି ଯବାନ । ଯବାନକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଜଙ୍ଗଲ ଭିତରୁ ବନ୍ଧୁକ ତିଆରି ଲେଦ ମେସିନ ଓ ୱେଲଡିଂ ପାଇଁ ରଖାଯାଇଥିବା ଗ୍ୟାସ, ସୋଲାର ପ୍ୟାନେଲ, ଭଳି ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛି ସୁରକ୍ଷା କର୍ମୀ । ଘଞ୍ଚ ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପରେ ବନ୍ଧୁକ ସହ ବିସ୍ପୋରକ ସାମଗ୍ରୀ ତିଆରି କରୁଥିଲେ ।
Views: 42