ପିପିଲି : ପିପିଲି ମଙ୍ଗଳପୁରରେ ଅଜଣା ଜନ୍ତୁ ଆତଙ୍କ । ଜନ୍ତୁଙ୍କୁ ଜଗିଛନ୍ତି ଶତାଧିକ ଲୋକ । ହାତରେ ଠେଙ୍ଗାବାଡ଼ି ଓ ଟର୍ଚ୍ଚ ଧରି ଖୋଜାଚାଲିଛି ଅଜଣାଜନ୍ତୁ । ଗତକାଲି ରାତିରେ ବନ୍ୟଜନ୍ତୁକୁ ଦେଖିଥିବା ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି ଏହା ମହାବଳ ଶାବକ । ଜନ୍ତୁଟିର ଦେହରେ ହଳଦିଆ ପଟାଦାଗ ଥିବା ବେଳେ ଉଚ୍ଚତା ଅଢେଇ ଫୁଟ ହେବ ବୋଲି କହୁଛନ୍ତି । ଯାହାକୁ ନେଇ ଗାଁରେ ବାଘ ଆତଙ୍କ ସୃଷ୍ଟି ହୋଇଛି । କିନ୍ତୁ ବନ କର୍ମଚାରୀ ଏହାକୁ ଅଜଣା ଜନ୍ତୁ ବୋଲି କହୁଛନ୍ତି ।ତେବେ ଏ ଅଜଣା ଜନ୍ତୁକୁ ନେଇ ଗାଁଲୋକ ଭୟାଭୀତ ହୋଇଛନ୍ତି ।
Views: 49