ନୂଆଦିଲ୍ଲୀ : ୟେମେନର ରାଜଧାନୀ ଉପରେ ଇସ୍ରାଏଲର ଆକ୍ରମଣ । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ନିରନ୍ତର ବୃଦ୍ଧି ପାଉଛି । ଏବେ ଇସ୍ରାଏଲୀ ସେନା ୟେମେନର ରାଜଧାନୀ ସାନାର ଅନେକ ସ୍ଥାନରେ ବିମାନ ଆକ୍ରମଣ କରିଛି । ହୁଥି ବିଦ୍ରୋହୀମାନେ ଇସ୍ରାଏଲ ଆଡ଼କୁ ମିଶାଇଲ୍ ମାଡ଼ କରିବା ପାଇଁ ଦାୟୀ ହେବାର କିଛି ଦିନ ପରେ ଏହି ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଏକ ପାୱାର ପ୍ଲାଣ୍ଟ ଏବଂ ଏକ ପେଟ୍ରୋଲ ଷ୍ଟେସନକୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି । ଏକ ରିପୋର୍ଟ ଅନୁଯାୟୀ, ରାଜଧାନୀର ଅନେକ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା, ଯେଉଁଥିରେ ରାଷ୍ଟ୍ରପତି ଭବନ ଏବଂ ଏକ ବନ୍ଦ ସାମରିକ ଏକାଡେମୀ ମଧ୍ୟଭାଗ ସାମିଲ୍ । ସାନାର ଏକ କେନ୍ଦ୍ରୀୟ ଏବଂ ଘନ ଜନବସତି ଅଞ୍ଚଳ ସାବିଏନ୍ ସ୍କୋୟାର ପାଖରେ ପ୍ରବଳ ବିସ୍ଫୋରଣ ଏବଂ ଧୂଆଁ ଉଠୁଥିବା ପ୍ରତ୍ୟକ୍ଷଦର୍ଶୀମାନେ ଦେଖିଥିଲେ । ରବିବାର ଆକ୍ରମଣରେ ମୃତାହତଙ୍କ କୌଣସି ସରକାରୀ ରିପୋର୍ଟ ଆସିନାହିଁ । ଉଭୟ ପକ୍ଷ ଏପର୍ୟ୍ୟନ୍ତ କ୍ଷୟକ୍ଷତିର ପରିମାଣ କିମ୍ବା ଅପରେସନରେ ଜଡିତ କୌଣସି ସମ୍ଭାବ୍ୟ ସାମରିକ ଉଦ୍ଦେଶ୍ୟ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିନାହାଁନ୍ତି ।
ୟେମେନର ରାଜଧାନୀ ଉପରେ ଇସ୍ରାଏଲର ଆକ୍ରମଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











