ଜଳେଶ୍ବର : ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ତ।ପାରିବାରିକ ବିବାଦକୁ ନେଇ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ମାରିଥିବା ଅଭିଯୋଗ ହୋଇଛି । ଯେଉଁ ସ୍ୱାମୀର ହାତ ଧରି ସବୁକିଛି ଛାଡି ଆସିଥିଲା ସେହି ସ୍ୱାମୀ ହିଁ ଜୀବନ ନେଇଗଲା । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗତକାଲି ରାତିରେ ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମର ଦୁର୍ଗା ମୁର୍ମୁ ଏବଂ ତାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ମଧ୍ୟ ରେ କୌଣସି କଥାକୁ ନେଇ ପାଟିତୁଣ୍ତ ହୋଇଥିଲା। ଏହା ପରେ ନିଶାସକ୍ତ ଅବସ୍ଥାରେ ଥିବା ସ୍ବାମୀ ଦୁର୍ଗା ସ୍ତ୍ରୀ ମଞ୍ଜୁଲତାଙ୍କୁ ଠେଙ୍ଗାରେ ନିସ୍ତୁକ ପିଟି ଥିଲେ। ଏହା ପରେ ଘଟଣା ସ୍ଥଳରେ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ପାଟିତୁଣ୍ତ ଶୁଣି ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀ ଦୁର୍ଗା ମୁର୍ମୁଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ରାଇବଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଗା ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
Views: 84