ପାଟନା : ବିମାନବନ୍ଦରର ପୁରୁଣା ଟର୍ମିନାଲ ବିଲିଡିଂରେ ଚାଲିଥିବା ଭାଙ୍ଗିବା ପ୍ରକ୍ରିୟା ସମୟରେ ଓ୍ଵେଲଡିଂ କାମ ଚାଲୁଥିବା ବେଳେ ସ୍ପାର୍କ ଯୋଗୁଁ ନିଆଁ ଲାଗିଯାଇଥିଲା । ବିହାରର ରାଜଧାନୀ ପାଟନା ସ୍ଥିତ ଜୟପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ ।ୟାରପୋର୍ଟରେ ଥିବା ଅଗ୍ନିଶମ ଟିମ୍ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତିର ସୂଚନା ମିଳିନାହିଁ। ପାଟନା ବିମାନବନ୍ଦରରେ ନୂଆ ଟର୍ମିନାଲ ନିର୍ମାଣର ଯୋଜନା ଅଧୀନରେ ପୁରୁଣା ଟର୍ମିନାଲ ବିଲିଡିଂକୁ ଭାଙ୍ଗିବା ପାଇଁ କାର୍ୟ୍ୟ ଚାଲିଛି । ଏହି ପ୍ରକ୍ରିୟାରେ ଓ୍ଵେଲଡିଂ କାମ ଚାଲୁଥିବା ସମୟରେ ସ୍ପାର୍କ ସୃଷ୍ଟି ହୋଇ ନିଆଁ ଲାଗିଯାଇଥିଲା ।ଏହି ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି । ବିମାନବନ୍ଦର କର୍ତ୍ତୃପକ୍ଷ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ଭବିଷ୍ୟତରେ ଏଭଳି ଦୁର୍ଘଟଣା ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ପାଟନା ଏୟାରପୋର୍ଟରେ ଲାଗିଲା ନିଆଁ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











