The Ultimate Managed Hosting Platform
ADVERTISEMENT

ପାକିସ୍ତାନକୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ ; ଯଦି କେହି ଆତଙ୍କୀଙ୍କୁ ପ୍ରୋତ୍ସାହିତ କରେ , କଡା ଜବାବ ଦେବୁ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନକୁ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଚେତାବନୀ । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଡା ବାର୍ତ୍ତା ଦେଲେ । ଅପରେସନ ସିନ୍ଦୂର ଏକ ଟ୍ରେରଲ ଥିଲା , ପୂରା ଫିଲ୍ମ ବାକି ଅଛି । ୮୮ ଘଣ୍ଟାର ଅପରେସନ ସିନ୍ଦୂର କେବଳ ଟ୍ରେଲର ଥିଲା । ଯଦି କେହି ଆତଙ୍କୀଙ୍କୁ ପ୍ରୋତ୍ସାହିତ କରେ , କଡା ଜବାବ ଦେବୁ । ଭାରତୀୟ ସେନା ଯେକୈାଣସି ପରିସ୍ଥିତିର ମୁକାବିଲା ପାଇଁ ପୂରା ପ୍ରସ୍ତୁତ । ଯଦି ପାକିସ୍ତାନ ସୁଯୋଗ ଦିଏ , କିପରି ପଡୋଶୀଙ୍କୁ ବ୍ୟବହାର କରାଯାଏ ଶିକ୍ଷା ଦେବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ କଶ୍ମୀରରେ ଆତଙ୍କବାଦ ଯଥେଷ୍ଟ ହ୍ରାସ ପାଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୬୧ପ୍ରତିଶତ ପାକିସ୍ତାନୀ ଥିଲେ । ଶତ୍ରୁ ପାକିସ୍ତାନ ହେଉ କିମ୍ବା ଏହାର ସମର୍ଥିତ ଆତଙ୍କବାଦୀ, ପ୍ରତ୍ୟେକ ବିପଦର ଉପଯୁକ୍ତ ଜବାବ ଦେବାର କ୍ଷମତା ସେନାର ଅଛି ।
ଜମ୍ମୁ ଏବଂ କାଶ୍ମୀରର ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି, ଏବଂ ଆଜିର ଯୁବପିଢ଼ି ଭାରତ ସହିତ ଏକ ଭବିଷ୍ୟତ ଦେଖୁଛନ୍ତି ବୋଲି ଦ୍ୱିବେଦୀ କହିଛନ୍ତି । ଅପରେସନ୍ ସିନ୍ଦୂର ବିଷୟରେ ଉଲ୍ଲେଖ କରି ଜେନେରାଲ୍ ଦ୍ୱିବେଦୀ କହିଥିଲେ, “ଏହା କେବଳ ଏକ ଟ୍ରେଲର ଥିଲା । ଆବଶ୍ୟକ ହେଲେ, ପାକିସ୍ତାନକୁ ଶିଖାଯିବ ଯେ, ଏକ ଦାୟିତ୍ୱବାନ ଦେଶ ତା’ର ପଡ଼ୋଶୀ ସହିତ କିପରି ବ୍ୟବହାର କରେ ।” ଭାରତ କୌଣସି ପ୍ରକାରର ପରମାଣୁ ବୋମାକୁ ନେଇ ଭୟ କରିବ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login