ନୂଆଦିଲ୍ଲୀ :ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ବିରୋଧ କରି ବିକ୍ଷୋଭ । ବିକ୍ଷୋଭ ବେଳେ କାଠମାଣ୍ଡୁରେ ବ୍ୟାପକ ହିଂସାକାଣ୍ଡ , ପୋଡା ଜଳା । ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଆଦି ବ୍ୟାନକୁ ପ୍ରବଳ ବିରୋଧ । ଏବେ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ନେପାଳର ଜେନ୍ ଜି ପିଢି । କାଠମାଣ୍ଡୁରେ ସେନାବାହିନୀ ମୁତୟନ କଲେ ସରକାର । ନେପାଳରେ ପ୍ରଦର୍ଶନକାରୀମାନେ ନିଷିଦ୍ଧ ଅଞ୍ଚଳଗୁଡ଼ିକରେ ଆକ୍ରମଣ କରିବା ସହ ସଂସଦ ନିକଟରେ ନିଆଁ ଲଗାଇଛନ୍ତି ଏବଂ ସୁରକ୍ଷା ବାହିନୀ ସହିତ ସଂଘର୍ଷ କରିଛନ୍ତି । ସାରା ଦେଶରେ ଅଶାନ୍ତି ବ୍ୟାପିବା ପରେ ସରକାର ସେନା ମୁତୟନ କରି କର୍ଫ୍ୟୁ ଜାରି କରିଛନ୍ତି । ସେପଟେ କାଠମାଣ୍ଡୁ ପ୍ରଶାସନ ଭଙ୍ଗାରୁଜା କରୁଥିବା ଲୋକଙ୍କୁ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେଇଛି । କାଠମାଣ୍ଡୁରେ କର୍ଫ୍ୟୁ ଜାରି ହୋଇଛି । ଘଟଣାରେ ୮୦ ଜଣ ଆହତ ହୋଇଚନ୍ତି । ତେବେ ଏହି ଆନ୍ଦୋଳନ ଉଗ୍ର ରୂପ ନେଇଛି । ପ୍ରଦର୍ଶନକାରୀ ବ୍ୟାରିକେଡ ଭାଙ୍ଗି ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି । ସୂଚନାଯୋଗ୍ୟ, ଗତ ଗୁରୁବାର ଅନୁଷ୍ଠିତ ବୈଠକରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ, ମନ୍ତ୍ରଣାଳୟର ଅଧିକାରୀ, ନେପାଳ ଟେଲିକମ୍ୟୁନିକେସନ୍ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଟେଲିକମ୍ ଅପରେଟର ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ସମସ୍ତ ଅଣପଞ୍ଜିକୃତ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ଭଳି ଲୋକପ୍ରିୟ ପ୍ଲାଟଫର୍ମ ଏପର୍ୟ୍ୟନ୍ତ ପଞ୍ଜିକରଣ କରିନାହାନ୍ତି । ଏହି ନିଷେଧ ସାରା ଦେଶରେ ଲାଗୁ ହେବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।
ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ବିରୋଧ କରି ବିକ୍ଷୋଭ; ୯ ଜଣଙ୍କର ଚାଲିଗଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











