The Ultimate Managed Hosting Platform
ADVERTISEMENT

ନବୀନଙ୍କ ନୂଆ ଟିମ୍ : ଜଗନ୍ନାଥ ସାର୍‌କା ଓ ନିରଞ୍ଜନ ପୂଜାରୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନେଲେ ଶପଥ

Facebook
Twitter
LinkedIn

ଭୁବନେଶ୍ୱର : ଶପଥ ନେଲେ ନବୀନଙ୍କ ନୂଆ ଟିମ୍ । ଏହି ଟିମ୍‌ରେ ମୋଟ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ୍‌ରେ ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ । ତେବେ ଆଜିର ଏହି ଉତ୍ସବରେ ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜଗନ୍ନାଥ ସାରକା । ଏହାପରେ ନିରଞ୍ଜନ ପୁଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ୍ , ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।

ସେହିପରି ଭାବେ ସମୀର ରଞ୍ଜନ ଦାସ, ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡେଇ , ଶ୍ରାକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ, ବାସନ୍ତୀ ହେମ୍ବ୍ରମ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...

Login