The Ultimate Managed Hosting Platform
ADVERTISEMENT

ନବବଧୂକୁ ମାରି ଟାଙ୍ଗିଦେଲେ !

Facebook
Twitter
LinkedIn

ସୋର : ଘର ଭିତରୁ ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର । ଖଇରା ଗଡପୋଖରୀ ପଞ୍ଚାୟତ ତେନ୍ତଳାଗଡିଆ ଗାଁରେ ଅଘଟଣ । ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଶାଶୁ ଓ ସ୍ୱାମୀ ଅଟକ ରହିଛନ୍ତି । ୨ ମାସ ତଳେ ବିବାହ କରିଥିଲେ , ପରିବାର ପକ୍ଷରୁ ହତ୍ୟା ଅଭିଯୋଗ । ସୂଚନା ଅନୁସାରେ ଗତ ଜୁନ ମାସ ୧୪ ତାରିଖରେ କୁପାରୀ ପଂଚାୟତ ସରପୁର ଗ୍ରାମର ସୁଦାମ ସେଠିଙ୍କ ଝିଅ ଲକ୍ଷ୍ମୀପ୍ରିୟା ସେଠି ହିନ୍ଦୁ ରୀତିନୀତି ଅନୁସାରେ ତେନ୍ତାଲ ଗଡିଆ ଗ୍ରାମର ଜଗନ୍ନାଥ ଦାସଙ୍କୁ ବାହା ହୋଇଥିଲା । ବାହାଘର କିଛି ଦିନ ଠିକ ଠାକ ଚାଲିଥିବା ବେଳେ ସ୍ବାମୀ ଓ ଶାଶୁ ଏକ ଫ୍ରିଜ ପାଇଁ ବାରମ୍ବାର ଲକ୍ଷ୍ମୀପ୍ରିୟାକୁ ନିର୍ୟ୍ୟାତନା ଦେଉଥିଲେ । ଯାହାକୁ ନେଇ ସବୁବେଳେ ପରିବାର ଭିତରେ ଅଶାନ୍ତି ଲାଗିରହିଥିଲା । ଆଜି ଲକ୍ଷ୍ମୀପ୍ରିୟା ଜୀବନ ହାରିଥିବା କଥା ନେଇ ଶାଶୁ ଘରର ଗ୍ରାମବାସୀ ମାନେ ଝିଅ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକ ଆସିବା ପରେ ଜଗନ୍ନାଥ ସମେତ ପରିବାର ଲୋକ ଫେରାର ହୋଇଯାଇଥିଲେ। ଅନ୍ୟପଟେ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକୋ ଘଟଣା ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login