The Ultimate Managed Hosting Platform
ADVERTISEMENT

ଦେଶରେ ୨୭୧୦ କୋଭିଡ ଆକ୍ରାନ୍ତ

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧୦ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଁଚିଲା । କେରଳରେ ସର୍ବାଧିକ ୧୧୪୭, ମହାରାଷ୍ଟ୍ର ୪୨୪ , ଦିଲ୍ଲୀରେ ୨୯୪ ଚିହ୍ନଟ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କେରଳରେ ୧,୧୪୭ଟି ମାମଲା, ମହାରାଷ୍ଟ୍ରରେ ୪୨୪, ଦିଲ୍ଲୀରେ ୨୯୪, ଏବଂ ଗୁଜରାଟରେ ୨୨୩ଟି ମାମଲା ରେକର୍ଡ ହୋଇଛି । ତାମିଲନାଡୁରେ ମୋଟ ୧୪୮ଟି ମାମଲା, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ଯଥାକ୍ରମେ ୧୪୮ ଓ ୧୧୬ଟି ମାମଲା ରିପୋର୍ଟ ହୋଇଛି । ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୭ ଜଣ ମୃତ୍ୟୁବରଣ କରିଛନ୍ତି।
ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୫୬ ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ଦିଲ୍ଲୀରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ବୟସ ୬୦ ବର୍ଷ । ଦିଲ୍ଲୀ-ନୋଏଡା-ଗାଜିଆବାଦରେ ମଧ୍ୟ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଦିଲ୍ଲୀରେ ମୃତ୍ୟୁ ହୋଇଥିବା ରୋଗୀଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ଓ ବାନ୍ତି ଅଭିଯୋଗ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷାରେ ତୀବ୍ର ଅନ୍ତନଳୀ ଅବଷ୍ଟ୍ରକ୍ସନ୍ ଚିହ୍ନଟ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login