ପୁରୀ : ବାଲୁକା କଳାରେ ବିଶ୍ୱ ତମାଖୁ ବର୍ଜନ ଦିବସର ବାର୍ତ୍ତା ଆଜି ହେଉଛି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ହଜାର ସିଗାରେଟ ବ୍ୟବହାର କରି ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଯୁବପିଢୀଙ୍କୁ ଏଥିରୁ ନିବୃତ ରଖିବାକୁ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ତମ୍ବାଖୁ ସେବନ ସ୍ବାସ୍ଥ୍ୟପ୍ରତି କ୍ଷତିକାରକ ଦର୍ଶାଇ ବାଲୁକା କଳାରେ ସଚେତନ କରିଛନ୍ତି । ଏହାକୁ ଦେଖିବାକୁ ବେଳାଭୂମୀରେ ବହୁ ପର୍ୟ୍ୟଟକଙ୍କ ଭିଡ଼ ଜମିଥିଲା ।
Views: 78











