The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କେଜ୍ରିୱାଲଙ୍କ ୧୫ ଗ୍ୟାରେଣ୍ଟି, ଆପ ଜାରି କଲା ଘୋଷଣା ପତ୍ର

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ମାତ୍ର ଆଉ କିଛିଦିନ ବାକି । ଦିଲ୍ଲୀରେ ୭୦ ବିଧାନସଭା ସିଟ୍ ପାଇଁ ୫ ଫେବୃଆରୀରେ ନିର୍ବାଚନ ହେବ । ନିର୍ବାଚନ ଫଳାଫଳ ଘୋଷଣା ଫେବୃଆରୀ ୮ ତାରିଖରେ ହେବ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପାର୍ଟି ପାଇଁ ଘୋଷଣାପତ୍ର ଜାରି କରିଛନ୍ତି । ଦିଲ୍ଲୀ ନିର୍ବାଚନ ପାଇଁ ପ୍ରତିଶ୍ରୁତି ବର୍ଷା କଲା ଆପ୍ । ଭୋଟରଙ୍କୁ କେଜ୍ରିୱାଲଙ୍କ ୧୫ ଗ୍ୟାରେଣ୍ଟି ଦେଇଛନ୍ତି ।
ପ୍ରଥମ ଗ୍ୟାରେଣ୍ଟି ଦେଇଛନ୍ତି ନିଯୁକ୍ତି ଗ୍ୟାରେଣ୍ଟି । ଦ୍ବିତୀୟ ଗ୍ୟାରେଣ୍ଟି ପ୍ରତି ମହିଳାଙ୍କୁ ମାସକୁ ୨୧ ଶହ ଟଙ୍କାର ଆର୍ଥିକ ସହାୟତା । ମହିଳା ସମ୍ମାନ ଯୋଜନାରେ ଏହି ସହାୟତା ପ୍ରଦାନ କରାଯିବ । ମେଡିକାଲରେ ଚିକିତ୍ସା ପାଇଁ ସଂଜୀବନୀ ସ୍କିମ୍ ଘୋଷଣା କରିଛନ୍ତି କେଜ୍ରିୱାଲ । ପୁରୁଣା ପାଣି ବିଲ୍ ଛାଡ଼ ପ୍ରତିଶ୍ରୁତି ଦେଇଛନ୍ତି । ୨୪ ଘଣ୍ଟା ସଫା ପାଣି । ଶିକ୍ଷା ପାଇଁ ଆମ୍ବେଦକର ସ୍କଲାରସିପ୍ ଯୋଜନା । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ ଓ ମେଟ୍ରୋରେ ୫୦ ପ୍ରତିଶତ ଛାଡ଼ । ଭଡାଟିଆଙ୍କୁ ମାଗଣା ବିଜୁଳି ଏବଂ ପାଣି ସୁବିଧା । ମନ୍ଦିର ଓ ଗୁରୁଦ୍ବାରା ପୂଜକଙ୍କୁ ୧୮ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ । ଅଟୋ ରିକ୍ସା, ଇ-ରିକ୍ସା ଓ ଟ୍ୟାକ୍ସି ଡ୍ରାଇଭରଙ୍କ ଝିଅ ବାହାଘର ବେଳେ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ସେମାନଙ୍କ ପିଲାଙ୍କୁ ମାଗଣା କୋଚିଂ ପ୍ରତିଶ୍ରୁତି । ସେମାନଙ୍କୁ ୧୦ ଲକ୍ଷର ସ୍ବାସ୍ଥ୍ୟ ବୀମା ଓ ତାଙ୍କ ପରିବାରକୁ ୫ ଲକ୍ଷର ସ୍ବାସ୍ଥ୍ୟ ବୀମା ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ପୁରୁଣା ୬ ଗ୍ୟାରେଣ୍ଟି ଜାରି ରହିବ ବୋଲି ଘୋଷଣା କରିଛନ୍ତି କେଜ୍ରୱାଲ । ଏଥିରେ ମାଗଣା ବିଜୁଳି, ମାଗଣା ପାଣି, ବୟସ୍କଙ୍କ ପାଇଁ ମାଗଣା ତୀର୍ଥ ଯାତ୍ରା, ମହିଳାଙ୍କ ପାଇଁ ମାଗଣା ବସ୍ ଇତ୍ୟାଦି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login