The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ଧରାପଡିଲେ ୮ ବାଂଲାଦେଶୀ ନାଗରିକ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀରେ ଧରାପଡ଼ିଛନ୍ତି ୮ ବାଂଲାଦେଶୀ ନାଗରିକ । ଅବୈଧ ରୂପେ ସେମାନେ ଭାରତରେ ପ୍ରବେଶ କରିଥିଲେ । ଜଣେ ପୁରୁଷ ଓ ଜଣେ ମହିଳାଙ୍କ ସମେତ ଏହି ୮ ବାଂଲାଦେଶୀ ନାଗରିକ ଜଙ୍ଗଲ ରାସ୍ତା ଏବଂ ଏକ୍ସପ୍ରେସ୍ ଟ୍ରେନ ଯୋଗେ ଭାରତରେ ପଶିଥିଲେ । ସେମାନଙ୍କୁ FRRO ମାଧ୍ୟମରେ ବାଂଲାଦେଶକୁ ପଠାଯାଇଛି । ଦିଲ୍ଲୀରେ ବେଆଇନ ବାଂଲାଦେଶୀ ନାଗରିକଙ୍କ ସମେତ ଅବୈଧ ପ୍ରବାସୀମାନଙ୍କ ଯାଞ୍ଚ ପାଇଁ ଦକ୍ଷିଣ ପଶ୍ଚିମାଞ୍ଚଳରେ ଅଭିଯାନ ଚଲାଯାଇଥିଲା । ଘର ଘର ବୁଲି ଯାଞ୍ଚ କରାଯାଇଥିଲା । ପାଖାପାଖି ୪୦୦ ପରିବାରଙ୍କୁ ଯାଞ୍ଚ କରାଯାଇ ସେମାନଙ୍କ ଦସ୍ତାବିଜ୍ ସଂଗ୍ରହ କରାଯାଇଥିଲା । ଦିଲ୍ଲୀ ପୋଲିସ କହିଛି ଯେ ଏହି ଅଭିଯାନ ସମୟରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ସମେତ ୮ ବାଂଲାଦେଶୀ ନାଗରିକ ଧରାପଡ଼ିଛନ୍ତି । ଏମାନେ ସମସ୍ତେ ବାଂଲାଦେଶର ବାସିନ୍ଦା ଏବଂ ଏଠାରେ ରହି ବିଭିନ୍ନ କ୍ଷେତ୍ରରେ ଶ୍ରମିକ ଭାବରେ କାର୍ୟ୍ୟ କରୁଥିଲେ । ଅନ୍ୟ ଏକ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଧରାଯାଇ ଆର୍.କେ ପୁରମରୁ ବିତାଡ଼ିତ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login