The Ultimate Managed Hosting Platform
ADVERTISEMENT

ବଢିଲା ପାକିସ୍ତାନ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଆଶଙ୍କା !

Facebook
Twitter
LinkedIn

ନୂଆଦିଲ୍ଲୀ : ବଢିଲା ପାକିସ୍ତାନ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଆଶଙ୍କା । ପାକିସ୍ତାନ ଏୟାର ଷ୍ଟ୍ରାଇକର କଡ଼ା ଜବାବ ଦେବାକୁ ଡୁରାଣ୍ଡ ଲାଇନ ଆଡକୁ ମୁହାଁଇଛନ୍ତି ୧୫ହଜାର ତାଲିବାନୀ। ଘମାଘୋଟ ଲଢେଇରେ ଏଯାଏ ୨୦ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଆଫଗାନିସ୍ତାରରେ ତାଲିବାନ ସରକାର ଗଠନ ହେବା ପରେ ପାକିସ୍ତାନ ସହ ସୁସଂପର୍କ ରହିବ ବୋଲି ଆଶା ରହିଥିଲା। କିନ୍ତୁ ସୀମା ବିବାଦ ଓ ତେହରିକ ଏ ତାଲିବାନ ପାକିସ୍ତାନର ବାରମ୍ବାର ଆକ୍ରଣମ ଏବେ ପାକିସ୍ତାନ ପାଇଁ ଟେନସନ ପାଲଟିଛି। ତାଲିବାନ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ବହୁ ଅସ୍ତ୍ରଶସ୍ତ୍ର ଭଣ୍ଡାରରେ ଲୁଚାଇ ରଖିଛି। ଏହାର ମୁକାବିଲା କରିବା ପାକିସ୍ତାନ ସେନା ପାଇଁ କଠିନ ହେବ ବୋଲି ଅନୁମାନ କରାଯାଉଛି। ସେପଟେ ଶାହବାଜ ସରିଫ ସରକାର ଆର୍ଥିକ ସଙ୍କଟ, ସିପିଇପି ପ୍ରକଳ୍ପରେ ବିଳମ୍ବ ଓ ବେଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀ ସମସ୍ୟାରେ ବୁଡ଼ି ରହିଛି। ଏଭଳି ସମୟରେ ତାଲିବାନର ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login