ତାଳଚେର : ତାଳଚେର ଖଣି ଉପନିଦେ୍ର୍ଦଶକଙ୍କ ଘରେ ଭିଜିଲାନ୍ସ ରେଡ । ଖଣି ଉପନିଦେ୍ର୍ଦଶକ ଧରଣୀଧର ନାୟକଙ୍କ ଘରେ ରେଡ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ । କେନ୍ଦୁଝର, ତେଲକୋଇ ଓ ତାଳଚେରର ୪ଟି ସ୍ଥାନରେ ଚାଲିଛି ରେଡ । ଭୁବନେଶ୍ଵର ପଟିଆ ଶିଶୁବିହାର ସ୍ଥିତ ଘର ରେଡ୍ ହୋଇଛି।ଏହାସହ କେନ୍ଦୁଝର ତେଲକୋଇ ଜଗମୋହନପୁର ବଡିନାଳି ସିଙ୍କୁଳାବାହଲରେ ଥିବା ଦୁଇ ମହଲା ମାର୍କେଟ କମ୍ଲେକ୍ସ, ସେଠାରେ ଥିବା ଆଉ ଏକ ନିର୍ମାଣାଧୀନ ଦୁଇ ମହଲା କୋଠା, ତୋଲକୋଇ ଚାମୁଣ୍ଡା ଗାଁରେ ଥିବା ପୈତୃକ ଘର, ତାଳଚେର ସ୍ଥିତ ଭଡ଼ାଘର ଓ ଅନୁଗୁଳ ସ୍ଥିତ ଅଫିସରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ,। ଘଟଗାଁ ପୁରୁମୁଣ୍ଡାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ କରିଛି। ଜବତ ହୋଇଛି ୫ ଲକ୍ଷ ୫୮ ହଜାର ୮୨୦ ଟଙ୍କା । ଖାଲି ସେତିକି ନୁହେଁ ବାବୁଙ୍କ ବ୍ୟାଙ୍କ ଜମା ୧୦ଲକ୍ଷ ଟଙ୍କା ଥିବା ବେଳେ ୧୬ ଲକ୍ଷ ଫିକ୍ସ ଡିପୋଜିଟ ରହିଛି । ସବୁଠୁ ଆଶ୍ଚ ର୍ଯ୍ୟର କଥା ୨୦ ବର୍ଷରେ ଶୁଝିବା ପାଇଁ ଆଣିଥିବା ୧ କୋଟି ୧୩ ଲକ୍ଷ ଟଙ୍କାକୁ ମାତ୍ର ୨ ବର୍ଷରେ ସୁଝି ଦେଇଛନ୍ତି । ଯାହାକୁ ଜାଣିବା ପରେ ଭିଜିଲାନ୍ସ ଟିମ୍ମଧ୍ୟ ତାଜୁବ ହୋଇଯାଇଛି । ଚଢାଉରେ ଭିଜିଲାନ୍ସର ୧୦ ଡିଏସପି, ୧୬ ଇନ୍ସପେକ୍ଟର, ୭ ଜଣ ଏସଆଇ ଓ ଏଏଏସଇଆଇ ସାମିଲ ଅଛନ୍ତି।
ଖଣି ଉପନିଦେ୍ର୍ଦଶକଙ୍କ ଘରେ ଭିଜିଲାନ୍ସ ରେଡ , ଘରୁ ବାହାରୁଛି ପୁଳା ପୁଳା ଟଙ୍କା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











