ମୁମ୍ବାଇ :ତେଜସ୍ୱୀ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟ ଙ୍କ ପକ୍ଷରୁ ପୁଣି ଝଟକା । ମାର୍ଚ୍ଚ ୨୫ରେ ତେଜସ୍ୱୀ ଯାଦବଙ୍କୁ ସିବିଆଇ ସମ୍ମୁଖରେ ହାଜର ହେବାକୁ ପଡ଼ିବ। ଚାକିରି ସ୍କାମ (ଲ୍ୟାଣ୍ଡ ଫଲ ଜବ ସ୍କିମ )ମାମଲାରେ ପଚରାଉଚରା ପାଇଁ ତେଜସ୍ୱୀ ଯାଦବଙ୍କୁ ମାର୍ଚ୍ଚ ୨୫ ତାରିଖ ସକାଳ ୧୦.୩୦ ରେ ଦିଲ୍ଲୀର ସିବିଆଇ ମୁଖ୍ୟାଳୟରେ ପହଞ୍ଚିବାକୁ ପଡିବ। ସମନ ବାତିଲ କରିବାକୁ ତେଜସ୍ୱୀଙ୍କ ଦାବିକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଶୁଣାଣି ସମୟରେ ତେଜସ୍ୱୀଙ୍କ ଓକିଲ କହିଛନ୍ତି ଯେ ତଦନ୍ତର ବାହାନା କରି ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହୁଁଛି। ପଚରାଉଚରା ପାଇଁ ଭୋଲା ଯାଦବଙ୍କୁ ନେଇ ଗିରଫ କରାଯାଇଥିଲା। ତା’ପରେ ସିବିଆଇ ନିଶ୍ଚିତ କରିଛି ଯେ ଏହା ତେଜସ୍ୱୀ ଯାଦବଙ୍କୁ ଗିରଫ କରିବ ନାହିଁ। ସିବିଆଇ କହିଛି ଯେ ତେଜସ୍ୱୀ ଯାଦବ ଶନିବାର ତଦନ୍ତରେ ଯୋଗ ଦେଇ ପାରିବେ।
ତେଜସ୍ୱୀ ସିବିଆଇ ସମ୍ମୁଖରେ ହାଜର ହେବେ :
ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ମାର୍ଚ୍ଚ ୨୫ ରେ ତେଜସ୍ୱୀ ଯାଦବ ସିବିଆଇ ମୁଖ୍ୟାଳୟକୁ ଯିବା ଉଚିତ୍। ସିବିଆଇ କହିଛି ଯେ ତେଜସ୍ୱୀ ଶନିବାର ଆସିପାରିବେ, ଶନିବାର ଦିନ ଗୃହ ଚାଲିବ ନାହିଁ। ଏହାପୂର୍ବରୁ ତେଜସ୍ୱୀ ଯାଦବଙ୍କ ଓକିଲ କହିଥିଲେ ଯେ ସିଆରପିସିର ଧାରା ୧୬୦ ଉଲ୍ଲଂଘନ କରାଯାଇଛି। ତେଜସ୍ୱୀ କହିଛନ୍ତି ଯେ ମୁଁ ପାଟନାରେ ରହେ, ମୋତେ ତିନିଥର ସମନ କରାଯାଇଥିଲା । ପାଟନାରେ ବିଧାନସଭା ଅଧିବେଶନ ଚାଲିଛି। ମୁଁ ଦିନେ ଦିଲ୍ଲୀ ଆସିଥିଲି, ମୋ ପତ୍ନୀ ଗର୍ଭବତୀ ଏବଂ ସେ ଅସୁସ୍ଥ ଅଛନ୍ତି।

ତେଜସ୍ୱୀ ଯାଦବ ଏହି ଯୁକ୍ତି ଦେଇଛନ୍ତି :
ଶୁଣାଣି ସମୟରେ ତେଜସ୍ୱୀ ଯାଦବ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ ବିହାରରେ ବଜେଟ୍ ଅଧିବେଶନ ଚାଲିଛି। ମୁଁ ସିବିଆଇକୁ ସମୟ ମାଗିଥିଲି ଜ୍ଝ ମୁଁ କହିଲି ସିବିଆଇ ପାଟନାରେ ପଚରାଉଚରା କରିବା ଉଚିତ୍। କିନ୍ତୁ ସିବିଆଇ ତେଜସ୍ୱୀଙ୍କ ଯୁକ୍ତିକୁ ବିରୋଧ କରିଥିଲା। ସିବିଆଇ କହିଛି ଯେ ଶନିବାର ଦିନ କୈାଣସି ବଜେଟ୍ ଅଧିବେଶନ ନାହିଁ। ତେଜସ୍ୱୀ ଶନିବାର ସିବିଆଇ କାର୍ୟ୍ୟାଳୟକୁ ଆସିପାରିବେ।
ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍ ରେ ବଡ ଖୁଲାସା ହେବ :
ଦିଲ୍ଲୀ ହାଇକୋର୍ଟରେ ସିବିଆଇ କହିଛି ଯେ ଏହି ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍ ପ୍ରସ୍ତୁତ କରାଯାଇଛି। ଏହି ମାସ ଶେଷରେ କୋର୍ଟରେ ଦାଖଲ କରାଯିବ। ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍ ରେ ଅନେକ ଜିନିଷ ସାମ୍ନାକୁ ଆସିବ । ତଦନ୍ତ ବର୍ତ୍ତମାନ ପ୍ରକାଶ କରାଯାଇପାରିବ ନାହିଁ।