ଭୁବନେଶ୍ୱର: ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମାଝଡ଼ ପ୍ରଭାବରେ କାଲିଠୁ ପାଗ ମେଘୁଆ ରହିଥିବାବେଳେ ଆଜିଠୁ ବର୍ଷା ହେବାନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଉପକୂଳ ରାଜ୍ୟରେ ଘଡଘଡି ବିଜୁଳି ସହିତ ବର୍ଷା ହେବ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।
ସୂଚନା ଅନୁଯାୟୀ ବୁଧବାର ରାଜ୍ୟର ଦାରିଙ୍ଗବାଡ଼ି, ଭବାନୀପାଟଣା ଓ ବାଲେଶ୍ୱର ଆଦିରେ ହାଲୁକା ବର୍ଷା ହୋଇଛି। ତେବେ ଗୁରୁବାର ବର୍ଷାର ପ୍ରକୋପ ବୃଦ୍ଧି ପାଇବାକୁ ଥିବା ବେଳେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ ସହିତ ବର୍ଷା ହେବ। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ମଧ୍ୟ ବୃଦ୍ଧି ହୋଇ ଘଣ୍ଟା ପ୍ରତି ୪୦-୫୦ କିମି ପହଞ୍ଚିବ।
ଦିନ ତମାମ କୋହଲା ପାଗ, ତା ସାଙ୍ଗକୁ ପୂର୍ବାଳୀ ପବନ। କେଉଁଠି କେଉଁଠି ଝିପିଝିପି ବର୍ଷା। ପଶ୍ଚିମା ଝଡ଼ ପ୍ରଭାବରେ ବୁଧବାର ସାରା ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। କୋହଲା ପାଗ ଯୋଗୁଁ ଉପରମୁହାଁ ଥିବା ତାପମାତ୍ରାରେ ହ୍ରାସ ଘଟିଛି। ଭୁବନେଶ୍ୱରରେ ତାପମାତ୍ରା ୭ ଡିଗ୍ରୀ ହ୍ରାସ ହୋଇଥିବା ବେଳେ ବହୁ ସ୍ଥାନରେ ପାରଦ ୩-୪ ଡିଗ୍ରୀ ପର୍ୟ୍ୟନ୍ତ କମିଛି। ଆଗାମୀ ୩-୪ ଦିନ ପର୍ୟ୍ୟନ୍ତ ପଶ୍ଚିମାଝଡ଼ ପ୍ରଭାବ ରହିବାକୁ ଥିବାରୁ ଆହୁରି ୨-୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ରାଜ୍ୟର ୧୨ ଜିଲ୍ଲାକୁ ବର୍ଷା ସତର୍କତା , ୫୦ କି.ମି ପବନ ଝଟକା ସମ୍ଭାବନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











