ତାମିଲନାଡୁ : ତିରୁପତି ଲଡୁ ବିବାଦ ମାମଲାରେ ସିବିଆଇର ବଡ କାର୍ଯ୍ୟାନୁଷ୍ଠାନ । ଘଟଣାର ତଦନ୍ତ କରି ୪ ଜଣ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ । ଘିଅ ଯୋଗାଣକାରୀ ସଂସ୍ଥାର ୪ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ । ମନ୍ଦିରକୁ ଘିଅ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବାର ସନ୍ଧାନ ପାଇବା ପରେ ସିବିଆଇ ଏହି କାର୍ୟ୍ୟାନୁଷ୍ଠାନ ନେଇଛି । ଯେଉଁମାନେ ଗିରଫ ହୋଇଛନ୍ତି, ସେମାନଙ୍କ ସଂସ୍ଥାଗୁଡ଼ିକ ତିରୁପତି ମନ୍ଦିରକୁ ଘିଅ ଯୋଗାଉଥିଲେ। ସେହି ସଂସ୍ଥାଗୁଡ଼ିକ ହେଲା ତାମିଲନାଡୁର ଏଆର୍ ଡାଏରି, ଉତ୍ତର ପ୍ରଦେଶର ପ୍ରୟାଗ ଡାଏରି, ପ୍ରିମିୟର ଏଗ୍ରି ଫୁଡସ ଓ ଆଲଫା ମିଲ୍କ ଫୁଡସ। କାଗଜପତ୍ରରେ ବ୍ୟାପକ ଜାଲିଆତି କରି ଏମାନେ ଟେଣ୍ଡର ପାଇଥିବାର ସୂଚନା ମିଳିଛି। କିଛି ଦିନ ତଳେ ତିରୁପତି ମନ୍ଦିରର ଲଡୁକୁ ନେଇ ବଡ଼ ବିବାଦ ହୋଇଥିଲା। ପ୍ରସାଦମ୍ ଲଡୁ ଯେଉଁ ଘିଅରେ ତିଆରି ହେଉଛି, ସେଥିରେ ପ୍ରାଣୀଜ ଚର୍ବି ମିଶିଥିବାରୁ ଅଭିଯୋଗ ହୋଇଥିଲା। ଏପରିକି ସୁପ୍ରିମକୋର୍ଟ ଯାଏ କଥା ଯାଇଥିଲା। ଅଭିଯୋଗର ସତ୍ୟତା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ରାଜନୈତିକ କାରଣରୁ ଏପରି କରାଯାଇଥିବାର ଅଭିଯୋଗ ହୋଇଥିଲା। ଶେଷରେ ସିବିଆଇକୁ ଦିଆଯାଇଥିଲା ତଦନ୍ତ ଦାୟିତ୍ଵ।
ତିରୁପତି ଲଡୁ ବିବାଦ, ୪ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











