ନୂଆଦିଲ୍ଲୀ : ୧ ଲକ୍ଷ ଟଙ୍କା ଟପିବ ସୁନା ଦର ! ଦିନକୁ ଦିନ ସୁନା ଦର ବୃଦ୍ଧି ହେବାରେ ଲାଗିଛି । ତେବେ କାହିଁକି ହୁ ହୁ ହୋଇ ବଢୁଛି ସୁନା ମୂଲ୍ୟ ? ଏହାର ମୁଖ୍ୟ କାରଣ କଣ ରହିଛି ଜାଣି ରଖନ୍ତୁ। ଚଳିତ ବର୍ଷ ସୁନା ଦର ବୃଦ୍ଧିରେ ରୋକ ଲାଗିପାରୁନି । ବର୍ତ୍ତମାନ ମାର୍କେଟରେ ସୁନା ମୂଲ୍ୟ ପ୍ରାୟ ୧୦ପ୍ରତିଶତ ବୃଦ୍ଧି ପାଇଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିବ କି ? ଯଦି ହଁ, ତେବେ କେତେବେଳେ ? ବଜାରରେ ସୁନାର ମୂଲ୍ୟ ୮୫ ହଜାର ଟଙ୍କାର ରେକର୍ଡ ଭାଙ୍ଗିଛି। ଅନ୍ୟପକ୍ଷରେ, ଦିଲ୍ଲୀରେ ସୁନାର ମୂଲ୍ୟ ୮୬ ହଜାର ଟଙ୍କା ରହିଛି । ଏପରି ପରିସ୍ଥିତିରେ, ଚଳିତ ବର୍ଷ ସୁନା ୧ ଲକ୍ଷ ଟଙ୍କା ଛୁଇଁପାରେ ବୋଲି ଆଶା କରାଯାଉଛି । ଯଦି ସୁନାର ଦର ନକମେ ତାହେଲେ ଦୀପାବଳି ସୁଦ୍ଧା ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ପାର କରିବ ବୋଲି ଆଶା କରାଯାଉଛି । ତେବେ କୋଉଠି ନା କୋଉଠି ସୁନା ଦର ବଢିବାରେ ଟ୍ରମ୍ପଙ୍କ ଦାୟୀ କରାଯାଉଛି । ଟ୍ରମ୍ପଙ୍କ ଟ୍ରେଡ ଓ୍ବାର ପାଇଁ ସୁନା ଦର ହୁ ହୁ ବଢିଚାଲିଛି । ଯାହାଦ୍ୱାରା ବିଶ୍ୱ ବଜାରରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି । ଏହି କାରଣରୁ ନିବେଶକମାନେ ସୁନା ଉପରେ ଇନଭେଷ୍ଟ କରିବାକୁ ଆଗ୍ରହ ଦେଖାଉଛନ୍ତି ଯାହାର ପ୍ରଭାବ ସୁନାର ମୂଲ୍ୟରେ ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ, ଟଙ୍କା ତୁଳନାରେ ଡଲାରର ମୂଲ୍ୟ ବୃଦ୍ଧି ମଧ୍ୟ ସୁନା ମୂଲ୍ୟ ବୃଦ୍ଧିର ଏକ ପ୍ରମୁଖ କାରଣ ଅଟେ ।
ଦୀପାବଳୀ ପୂର୍ବରୁ ୧ ଲକ୍ଷ ଛୁଇଁବ ସୁନା ଦର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











