The Ultimate Managed Hosting Platform
ADVERTISEMENT

ତିରୁପତି ଲଡୁ ବିବାଦ, ୪ ଗିରଫ

Facebook
Twitter
LinkedIn

ତାମିଲନାଡୁ : ତିରୁପତି ଲଡୁ ବିବାଦ ମାମଲାରେ ସିବିଆଇର ବଡ କାର୍ଯ୍ୟାନୁଷ୍ଠାନ । ଘଟଣାର ତଦନ୍ତ କରି ୪ ଜଣ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ । ଘିଅ ଯୋଗାଣକାରୀ ସଂସ୍ଥାର ୪ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ । ମନ୍ଦିରକୁ ଘିଅ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବାର ସନ୍ଧାନ ପାଇବା ପରେ ସିବିଆଇ ଏହି କାର୍ୟ୍ୟାନୁଷ୍ଠାନ ନେଇଛି । ଯେଉଁମାନେ ଗିରଫ ହୋଇଛନ୍ତି, ସେମାନଙ୍କ ସଂସ୍ଥାଗୁଡ଼ିକ ତିରୁପତି ମନ୍ଦିରକୁ ଘିଅ ଯୋଗାଉଥିଲେ। ସେହି ସଂସ୍ଥାଗୁଡ଼ିକ ହେଲା ତାମିଲନାଡୁର ଏଆର୍ ଡାଏରି, ଉତ୍ତର ପ୍ରଦେଶର ପ୍ରୟାଗ ଡାଏରି, ପ୍ରିମିୟର ଏଗ୍ରି ଫୁଡସ ଓ ଆଲଫା ମିଲ୍କ ଫୁଡସ। କାଗଜପତ୍ରରେ ବ୍ୟାପକ ଜାଲିଆତି କରି ଏମାନେ ଟେଣ୍ଡର ପାଇଥିବାର ସୂଚନା ମିଳିଛି। କିଛି ଦିନ ତଳେ ତିରୁପତି ମନ୍ଦିରର ଲଡୁକୁ ନେଇ ବଡ଼ ବିବାଦ ହୋଇଥିଲା। ପ୍ରସାଦମ୍ ଲଡୁ ଯେଉଁ ଘିଅରେ ତିଆରି ହେଉଛି, ସେଥିରେ ପ୍ରାଣୀଜ ଚର୍ବି ମିଶିଥିବାରୁ ଅଭିଯୋଗ ହୋଇଥିଲା। ଏପରିକି ସୁପ୍ରିମକୋର୍ଟ ଯାଏ କଥା ଯାଇଥିଲା। ଅଭିଯୋଗର ସତ୍ୟତା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ରାଜନୈତିକ କାରଣରୁ ଏପରି କରାଯାଇଥିବାର ଅଭିଯୋଗ ହୋଇଥିଲା। ଶେଷରେ ସିବିଆଇକୁ ଦିଆଯାଇଥିଲା ତଦନ୍ତ ଦାୟିତ୍ଵ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login