ଭୁବନେଶ୍ୱର : ତାରାଙ୍କୁ ନିଲମ୍ବନ ନେଇ ବଢୁଛି ବିବାଦ । ନିଲମ୍ବନ ନ ହଟିଲା ପର୍ୟ୍ୟନ୍ତ ବିଧାନସଭାକୁ ବୟକଟ କଲା କଂଗ୍ରେସ। ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି।ଘଟଣାକୁ ନେଇ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି ତାରା । କହିଛନ୍ତି, ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଥିଲା। ଗୃହରେ ଯାହା ଘଟିଲା ଏହା ହେଉଛି ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା। ପବିତ୍ର ଗୃହରେ ମା ମାଉସୀ ନେଇ ଗାଳି କରିବା ଏହା ହେଉଛି ବିଜେପିର ଆଚାର ଉଚ୍ଚାରଣ ।ସେପଟେ ତାରପ୍ରସାଦ ବାହିନୀପତିଙ୍କ ସମର୍ଥନରେ ବାହାରିଲା ବିଜେଡି । ତାରାପ୍ରସାଦଙ୍କ ବିରୋଧରେ ନିଲମ୍ବନକୁ ଘୋର ବିରୋଧ କରିଛି ବିଜେଡି । ନିଲମ୍ବନ ପ୍ରତ୍ୟାହାର ପାଇଁ ବାଚସ୍ପତିଙ୍କୁ ଭେଟିବାକୁ ଯାଇଛନ୍ତି ବିଜେଡି ବିଧାୟକ ।
Views: 28