ନୂଆଦଲ୍ଲୀ : ପାକିସ୍ତାନରେ ଟ୍ରେନ ହାଇଜ୍ୟାକ ମାମଲାରେ ପାକିସ୍ତାନୀ ସେନା ବଡ଼ ସଫଳତା ମିଳିଛି । ବାଲୁଚ ବିଛିନ୍ନତାବାଦୀଙ୍କ କବଳରୁ ମୁକୁଳିଲେ ୧୫୫ ପଣବନ୍ଦୀ । ମୁକୁଳିଥିବା ପଣବନ୍ଦୀଙ୍କ ଭିତରେ ଅଛନ୍ତି ଅନେକ ମହିଳା ଓ ଶିଶୁ । ଏବେବି ପାଖାପାଖି ୧୦୦ ଯାତ୍ରୀଙ୍କ ମୁଣ୍ଡ ଜାମିନ୍ ରଖିଛି ବାଲୁଚ ଲିବରେସନ ଆର୍ମି । ବେଲୁଚିସ୍ତାନର କ୍ବେଟାରୁ ପେଶାୱାର ଯାଉଥିଲା ଜାଫର ଏକ୍ସପ୍ରେସ । ୯ଟି ବଗିରେ ଥିଲେ ୪୦୦ରୁ ଅଧିକ ଯାତ୍ରୀ । ଟ୍ରେନ ଉପରେ ଗୁଳିମାଡ଼ କରି ନିଜ କବଜାକୁ ନେଇଥିଲା ବିଏଲଏ । ମୁକୁଳିଥିବା ପଣବନ୍ଦୀଙ୍କ ଭିତରେ ଅଛନ୍ତି ଅନେକ ମହିଳା ଓ ଶିଶୁ । ଏଥିରେ ୧୧ ଜଣ ଶିଶୁ ରହିଛନ୍ତି । ପାକିସ୍ତାନରେ ପାସେଞ୍ଜର ଟ୍ରେନକୁ ହାଇଜ୍ୟାକ କରି ଯାତ୍ରୀଙ୍କୁ ମୁଣ୍ଡ ଜାମିନ ରଖିଛି ବାଲୁଚ ଲିବରେସନ ଆର୍ମୀ । ବେଲୁଚିସ୍ତାନ ପ୍ରଦେଶରେ ୪୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଟ୍ରେନକୁ ଗତକାଲି ଅପହରଣ କରି ନେଇଥିଲେ ବିଚ୍ଛିନ୍ନତାବାଦୀ । ପାକିସ୍ତାନ ସେନା ପହଞ୍ଚି କାଉଣ୍ଟର ଅପରେସନ ଆରମ୍ଭ କରିଥିଲା । ରାତି ତମାମ ଚାଲିଥିଲା ଲଢ଼େଇ । ସମସ୍ତ ବନ୍ଧକକୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ଉଭୟ ଆକାଶ ଓ ସ୍ଥଳଭାଗରୁ ଅପରେସନ ଆରମ୍ଭ କରିଛନ୍ତି ।
ପାକିସ୍ତାନୀ ସେନାଙ୍କୁ ବଡ ସଫଳତା; ମୁକୁଳିଲେ ୧୫୫ ପଣବନ୍ଦୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











