The Ultimate Managed Hosting Platform
ADVERTISEMENT

ଡ୍ୟୁଟି ସମୟରେ ରିଲ୍-ଭିଡିଓ କଲେ ଯାଇପାରେ ଚାକିରି! କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଲା ବିହାର ପୋଲିସ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜିକାଲି ଡ୍ୟୁଟି ସମୟରେ ପୋଲିସ କର୍ମଚାରୀମାନେ ଅତ୍ୟଧିକ ରିଲ୍-ଭିଡିଓ କରୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏବେ ନିର୍ଦ୍ଦେଶ ମୁତାବକ, ଯଦି ସେମାନେ ନିୟମ ଉଲ୍ଲଂଘନ କରି ପୁନର୍ବାର ଏହା କରୁଥିବାର ଧରାପଡ଼ନ୍ତି, ତେବେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ହୋଇପାରେ ଏବଂ ସେମାନେ ନିଜ ଚାକିରି ମଧ୍ୟ ହରାଇ ପାରନ୍ତି। ଏ ସମ୍ପର୍କରେ ରାଜ୍ୟର ସମସ୍ତ ପୋଲିସ କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛି ବିହାର ପୋଲିସ। ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାରକୁ ନଜରରେ ରଖି ବିହାର ପୋଲିସ ଡ୍ୟୁଟି ସମୟରେ ରିଲ୍-ଭିଡିଓ ତିଆରି କରୁଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ଚେତାବନୀ ଦେଇଛି। ଏହି ପରିପ୍ରେକ୍ଷୀରେ ମେ’ ୧୫ରେ ଏକ ପତ୍ର ଜାରି କରାଯାଇଛି। ଡ୍ୟୁଟି ସମୟରେ ରିଲ୍-ଭିଡିଓ ତିଆରି କରି ସେଗୁଡ଼ିକୁ ସୋସିଆଲ ମିଡିଆରେ ଅପଲୋଡ୍ ନ କରିବାକୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି କର୍ମଚାରୀ ଆଦେଶ ଉଲ୍ଲଂଘନ କରନ୍ତି, ତେବେ ସେ ବିଭାଗୀୟ କାର୍ୟ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପାଇଁ ଉତ୍ତରଦାୟୀ ରହିବେ। ଏପରି କି, ଏଥିପାଇଁ ସେ ନିଜର ଚାକିରି ମଧ୍ୟ ହରାଇ ପାରନ୍ତି। ସୂଚନାଥାଉ କି, ବିହାର ପୋଲିସ ଏହିପରି ଏକ ଚିଠି ୨୦୨୧ ଜୁନ୍ ୧ରେ ମଧ୍ୟ ଜାରି କରିଥିଲା, କିନ୍ତୁ ଏହା କୌଣସି ପ୍ରଭାବ ପକାଇ ପାରି ନ ଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login