The Ultimate Managed Hosting Platform
ADVERTISEMENT

ଡବଲ ମର୍ଡର ; ପ୍ରତାପ ଜେନାଙ୍କ ଅଡୁଆ ବଢିଲା

Facebook
Twitter
LinkedIn

କଟକ : ମାହାଙ୍ଗା ଡବଲ ମର୍ଡର ମାମଲା । ପ୍ରତାପ ଜେନାଙ୍କ ବଢିଲା ଅଡୁଆ ।ମାମଲାକୁ ବିଚାରକୁ ଗ୍ରହଣ କଲେ ସୁପ୍ରିମକୋର୍ଟ । ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନଦେ୍ର୍ଦଶ । ସୁପ୍ରିମକୋର୍ଟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜବାବ ତଲବ । ମୃତ କୁଳମଣିଙ୍କ ପୁଅ ରଂଜିତ ବରାଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରତାପଙ୍କୁ ହାଇକୋର୍ଟ କ୍ଲିନଚିଟ ଦେବାରୁ ସୁପ୍ରିମକୋର୍ଟ ଯାଇଥିଲେ ରଂଜିତ । ୪ ସପ୍ତାହ ପରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି । ସୂଚନାଯୋଗ୍ୟ, ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଥିଲା। ଶ୍ରୀ ଜେନାଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାକୁ ହାଇକୋର୍ଟ ଖାରଜ କରିଥିଲେ। ଶ୍ରୀ ଜେନାଙ୍କ ବିରୋଧରେ ସାଲେପୁର ଜେଏମଏଫସି ଅଦାଲତ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗନିଜାନ୍ସ ଗ୍ରହଣ କରି ୨୦୨୩, ସେପ୍ଟେମ୍ବର ୨୫ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଥିଲେ। ଏଥି ସହିତ ନିମ୍ନ ଅଦାଲତରେ ଶ୍ରୀ ଜେନାଙ୍କ ବିରୋଧରେ ବିଚାରାଧୀନ ଏ ସଂପର୍କିତ ଫୌଜଦାରୀ ମାମଲାକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login