The Ultimate Managed Hosting Platform
ADVERTISEMENT

କଲବଲ କଲାଣି ହଇଜା, ଦୁଇ ସହରୁ ଅଧିକ ହେଲେଣି ଆକ୍ରାନ୍ତ

Facebook
Twitter
LinkedIn

କଣାସ : କଣାସରେ ନିୟନ୍ତ୍ରଣ ବାହାରେ ହଇଜା । ୪ ଜଣ ପ୍ରାଣ ହରାଇବା ସହ ଦୁଇ ଶହରୁ ଅଧିକ ଆକ୍ରାନ୍ତ ହେଲେଣି । ୧୫ ଦିନ ହେଲାଣି କଲବଲ କରିସାରିଲାଣି । ଗତକାଲି ବିଭିନ୍ନ ଅଞ୍ଚଳର ୧୬ ଜଣ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଡିସାଗଦା ଓ ଗୋପିନାଥପୁର ପଞ୍ଚାୟତରୁ ୪ ଜଣ ନୂଆ ଆକ୍ରାନ୍ତ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଜାରି ରହିଥିଲେ ମଧ୍ୟ ପର୍ୟ୍ୟାପ୍ତ ପରିମାଣର ବ୍ଲିଚିଂ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି। ହଇଜା କେବେ ନିୟନ୍ତ୍ରଣ ହେବ, ତାକୁ ନେଇ ଚିନ୍ତାରେ ପଡିଛନ୍ତି ସ୍ଥାନୀୟ ବାସିନ୍ଦା। ବିଜୁ ଜନତା ଦଳର ଅନୁସନ୍ଧାନକାରୀ ଟିମ୍ ନୂଆଗାଁ ଯାଇ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ। ଗାଁ ଲୋକଙ୍କ ସହ ଆଲୋଚନା କରିବା ସହ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ। ହଇଜା ସ୍ଥିତି ଉଦ୍ବେଗଜନକ ଥିବାରୁ ସରକାରଙ୍କ ଉପରେ ବର୍ଷିଥିଲା ବିଜେଡି ଟିମ୍।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login